ପୁଣି ଜନନୀ ଯନ୍ତ୍ରଣା : ଭାରରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | November 10, 2019 IST

କେନ୍ଦୁଝର ୧୦/୧୧: ପୁଣି ଜନନୀ ଯନ୍ତ୍ରଣା । ଭାରରେ ବୁହାହେଲେ ଗର୍ଭବତୀ । ଏଥର ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତମାଙ୍ଗ ଗାଁରୁ । ପାହାଡ ଉପରେ ଥିବା ଏହି ଗାଁକୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଲୋକେ । ଗାଁକୁ ଗାଡି ଯିବାତ ଦୂରେ ଥାଉ ଚାଲି ଯିବାକୁ ବି ମୁସ୍କିଲ ।

{"id":181757,"width":589,"height":443}

ଗତକାଲି ଗାଁର କଷି ପଧାନ ନାମକ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ସ୍ବାମୀ ବିରଞ୍ଚି ପଧାନ ଓ ଗାଁର କିଛି ଯୁବକ ତାଙ୍କୁ ବୋହି ବୋହି ପାହାଡ ତଳକୁ ଆଣିଥିଲେ । ପ୍ରାୟ ୪ କିଲୋମିଟର ବାଟ ଗର୍ଭବତୀଙ୍କୁ ବୋହି ବୋହି ଅଣାଯାଇଥିଲା ।  ଏହାପରେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପ୍ରସୂତିଙ୍କୁ ତେଲକୋଇ ମେଡିକାଲକୁ ଆଣିଥିଲେ ପ୍ରସୂତିଙ୍କ ସ୍ବାମୀ ଓ ସ୍ଥାନୀୟ ଲୋକେ । ମେଡିକାଲରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.