ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | November 28, 2021 IST

ବାରିପଦା ୨୮/୧୧: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ବାଙ୍ଗିରିପୋଷୀ ବ୍ଲକ୍ ଅନ୍ତର୍ଗତ ଚାକିଡି ପଞ୍ଚାୟତର ଜାମତାଳିଆ ଗାଁରୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ଗର୍ଭବତୀ ମହିଳା ହେଲେ ଜାମତାଳିଆ ଗାଁର ୨୪ ବର୍ଷୀୟା ଗଙ୍ଗାଧର ହାଁସଦା ଙ୍କ ସ୍ତ୍ରୀ ୨୨ ବର୍ଷୀୟ ଫୁଲେଶ୍ବରୀ ହାଁସଦା । ଫୁଲେଶ୍ବରୀ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଗତକାଲି ରାତିରୁ ଦେହ ଭୀଷଣ ଖରାପ ହୋଇଥଲା। ତେବେ ଆଜି ଦିନ ୩ ଟା ସମୟରେ ସ୍ଥିତି ଉଦବେଗଜନକ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ ।

ହେଲେ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ପରିବାର ଲୋକେ ଗର୍ଭବତୀଙ୍କୁ ଖଟିଆରେ ବୋହି ବୁଢାବଳଙ୍ଗ ନଦୀ ପାର କରି ଆମଦାପାଣୀ ଛକ ପର୍ଯ୍ୟନ୍ତ ଆଣିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷୀ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଫୁଲେଶ୍ବରୀଙ୍କ ସ୍ବାସ୍ଥ୍ୟବସ୍ଥା ଆହୁ ବିଗିଡ଼ିବାରୁ ତାଙ୍କୁ ୧୦୨ ଯୋଗେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଦୀର୍ଘ ଦିନ ହେଲା ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ସେଥିପାଇଁ ଗ୍ରାମବାସୀ ସବୁ ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଖବର ମିଳେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.