ପୁଣି ଜନନୀ ଯନ୍ତ୍ରଣା: ରେଳ ଟ୍ରାକ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ୩କିମି ଚାଲିଲେ ଗର୍ଭବତୀ

Published By : Prameya-News7 Bureau | November 26, 2019 IST

ମୁନିଗୁଡା ୨୬।୧୧: ପୁଣି ଜନନୀ ଯନ୍ତ୍ରଣା । ରେଳ ଟ୍ରାକ ଥିବା ଯୋଗୁ ଗାଁ କୁ ପହଂଚି ପାରିଲା ନାହିଁ ଆମ୍ବୁଲାନ୍ସ  । ଗର୍ଭବତୀ ମହିଳାଙ୍କୁ  ତିନି  କିଲୋମିଟର ଚାଲିବାକୁ ପଡିଲା । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଞ୍ଚଡ଼ାଗୁଡ଼ା ପଂଚାୟତ ର କେରାଣ୍ଡିଗୁଡା ଗାଁରେ  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

{"id":189968,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆଜି  ସକାଳ ସୟମରେ କେରାଣ୍ଡିଗୁଡା ଗାଁ ସୁରେନ୍ଦ୍ର ପ୍ରସ୍କାଙ୍କ ପତ୍ନୀ ମୋମି ପ୍ରସ୍କାକୁ ଜନନୀ ଯନ୍ତ୍ରଣା ହେବାରୁ ସେହି ଗ୍ରାମର ଆଶା ଦିଦିଙ୍କୁ ଖବର ଦେଇଥିଲେ , ପରେ ଖବର ଶୁଣି ଆଶା ଦିଦି ୧୦୮ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ରେଳ ଟ୍ରାକ ଥିବାରୁ ଆମ୍ବଲାନ୍ସ ଗାଁର ତିନି କିଲୋମିଟର ପୁର୍ବରୁ ଅଟକି ଯାଇଥିଲା , ପରେ ବାଧ୍ୟ ହୋଇ ଆଶା ଦିଦି ଗର୍ଭବତୀ ମହିଳାଙ୍କୁ ତିନି କିଲୋମିଟର ଚଲାଇ ଚଲାଇ  ଆଣିବା ପରେ ଆମୁଲାନ୍ସ ଯୋଗେ  ବିଷମ କଟକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.