ଅଲଟ୍ରା ସାଉଣ୍ଡ କରିବାକୁ କହି ମନା କଲେ, ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଗର୍ଭବତୀ ମହିଳାଙ୍କ ଧାରଣା
10/12/2020 at 9:00 PM

ଦେବଗଡ଼ ୧୦/୧୨: ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଗର୍ଭବତୀ ମହିଳା । ସ୍ଥାନୀୟ ବାରକୋଟ୍ ବ୍ଲକରୁ ଆସିଥିବା ଏହି ମହିଳାମାନଙ୍କୁ ଆଜି ହସ୍ପିଟାଲରେ ଅଲଟ୍ରା ସାଉଣ୍ଡ ପାଇଁ କୁହାଯାଇଥିଲେ ମଧ୍ୟ ୧୫ଜଣଙ୍କୁ ଟୋକନ୍ ଦେଇ ବାକି ମହିଳାମାନଙ୍କୁ ଫେରିଯିବାକୁ କୁହାଯାଇଥିଲା ।
ତେବେ ଘରଠାରୁ ବହୁ କଷ୍ଟରେ ହସ୍ପିଟାଲରେ ଆସି ପହଞ୍ଚିବା ପରେ ସେମାନଙ୍କୁ ମନା କରାଯିବାରୁ ଗର୍ଭବତୀ ମହିଳାମାନେ ଏହାର ପ୍ରତିବାଦ କରିବା ସହ ସିଡିଏମଓଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ ।
ତେବେ ସେମାନଙ୍କୁ ବୁଝାସୁଝା ସହ ଅଲଟ୍ରାସାଉଣ୍ଡ ପାଇଁ ସିଡିଏମଓ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ ମହିଳାମାନେ ।