Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗର୍ଭବତୀ ପ୍ରେମିକାଙ୍କୁ ପ୍ରେମିକଙ୍କ ଘରେ ଛାଡିଲେ ପ୍ରିୟଦର୍ଶନୀ ମହିଳା ସମିତିର ସଦସ୍ୟ

29/09/2020 at 8:12 PM

ବାଲେଶ୍ବର୨୯/୯: ଗର୍ଭବତୀ ପ୍ରେମିକାଙ୍କୁ ପ୍ରେମିକ ଘରେ ନେଇ ଛାଡିଲେ ପ୍ରିୟଦର୍ଶନୀ ମହିଳା ସମିତିର ସଦସ୍ୟ। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ ପ୍ରେମିକ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ରୁଢିଙ୍ଗିଆ ଗ୍ରାମର ଜଣେ ଗର୍ଭବତୀ ପ୍ରେମିକାକୁ ଉକ୍ତ ଗ୍ରାମର ପ୍ରେମିକ ଘରେ ଛାଡିଲେ ପ୍ରିୟଦର୍ଶିନୀ ମହିଳା ସମିତିର ସଦସ୍ୟା । ଘଟଣାରୁ ପ୍ରକାଶ ଯେ ରୁଢିଙ୍ଗିଆ ଗ୍ରାମର ହେମନ୍ତ କୁମାର ନାୟକଙ୍କର ୨୩ ବର୍ଷର ପୁଅ ମିହିର ଓ ସେହି ଗ୍ରାମର ଜଣେ ଯୁବତୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉକ୍ତ ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ । ପରିବାର ଲୋକେ ପଚରାଉଚରା କରିବାରୁ ସେହି ଗ୍ରାମର ମିହିରଙ୍କ ସହିତ ସମ୍ପର୍କ ଥିବା ଯୁବତୀ ଜଣକ କହିଥିଲେ।

ଏ ଘଟଣା ବିଷୟରେ ପରିବାର ଲୋକେ ମିହିରର ପରିବାରକୁ ଜଣାଇବାରୁ ଏହା ମିଛ ବୋଲି ମିହିର କହିଥିଲେ। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ଜଣାଇବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଏବଂ ଦୁଇ ପରିବାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ମିହିର ସ୍ୱୀକାର କରିବା ପରେ ଉଭୟଙ୍କ ମଧ୍ୟରେ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ମିହିର ବିବାହ କରିବାକୁ ମନା କରିବା ସହିତ ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ । ପରେ ଏ ବିଷୟରେ ଯୁବତୀଙ୍କ ପରିବାର ସ୍ଥାନୀୟ ପ୍ରିୟଦର୍ଶନୀ ମହିଳା ସଂଘର ସଦସ୍ୟାଙ୍କୁ ଅବଗତ କରାଇଥିଲେ । ଆଜି ମହିଳା ସଂଘର ସଭାପତି ଶିବାନୀ ମହାନ୍ତି, ସମ୍ପାଦକ ବିନୋତୀ ମାହାନାଙ୍କ ସମେତ ସଂଘର ସଦସ୍ୟା ଲକ୍ଷ୍ମୀପ୍ରିୟା ମହାନ୍ତି, ସୁଲଚନା ରାଉଳ, ସାବିତ୍ରୀ ରାଉଳ, ସୀତା ମାରାଣ୍ଡି ପ୍ରମୁଖ ଆଜି ଉକ୍ତ ଗ୍ରାମରେ ପହଞ୍ଚି ଉଭୟ ପରିବାରଙ୍କ ସହିତ ଆଲୋଚନା କରି ଯୁବତୀଙ୍କୁ ସାଙ୍ଗରେ ନେଇ ମିହିରଙ୍କ ଘରେ ଛାଡିଥିଲେ ।

   Related Posts