ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗର୍ଭବତୀ ନାବାଳିକାଙ୍କ ଧାରଣା, ଦୁଷ୍କର୍ମକାରୀକୁ ଗିରଫ ଦାବି
3/08/2019 at 2:51 PM

ଭଦ୍ରକ ୩|୮: ଜଣେ ଗର୍ଭବତୀ ନାବାଳିକା ନିଜ ପରିବାର ସହ ଭଦ୍ରକ ଏସପି ଅଫିସ ଆଗରେ ଧାରଣାରେ ବସିଛନ୍ତି । ଦୁଷ୍କର୍ମକାରୀ ଅଭିଯୁକ୍ତକୁ ପୋଲିସ ଗିରଫ କରୁନଥିବା ପ୍ରତିବାଦରେ ଏହି ଧାରଣା ଦେଇଛନ୍ତି ନବାଳିକା ଓ ତାଙ୍କ ପରିବାର । ଭଦ୍ରକ ଜିଲ୍ଲା ତିହିଡି ଥାନା ତୁଳସୀପୁର ଗାଁରେ ଅଭିଯୋଗକାରିଣୀ ଓ ଅଭିଯୁକ୍ତର ଘର ।

ପିଡୀତାଙ୍କ ବୟସ ୧୭ବର୍ଷ । ଦୁଷ୍କର୍ମ ଯୋଗୁଁ ଝିଅ ଗର୍ଭବତୀ ହେବା କଥା ଜାଣିବା ପରେ ଉଭୟ ପରିବାର ଓ ପଡୋଶୀ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ତବେ ସମାଧାନ ହୋଇନପାରିବାରୁ ଗତ ଜୁନ ମାସରେ ତିହିଡି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ।ଏହାପରେ ଅଭିଯୁକ୍ତ ଫେରାର ଥିବା ତିହିଡି ପୋଲିସ କହୁଥିବାବେଳେ ପିଡୀତା ଓ ପରିବାର ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ।