ଗର୍ଭବତୀ କିଶୋରୀକୁ ଉଠାଇ ନେଇ ୬ଦିନ ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ
24/08/2018 at 1:03 AM

ଦିଲ୍ଲୀର ହର୍ଷ ବିହାର ଅଞ୍ଚଳରୁ ଜଣେ ଗର୍ଭବତୀ କିଶୋରୀଙ୍କୁ ଉଠାଇ ନେଇ ଗ୍ରେଟର ନୋଏଡ଼ା ଅଂଚଳରେ ବନ୍ଦ ଘରେ ରଖି ୬ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବାପରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜୁଛି।
ସୂଚନା ଅନୁସାରେ ଦୁଇଜଣ ଦୁର୍ବୃତ୍ତ ଅଗଷ୍ଟ ୧୫ତାରିଖ ଦିନ ଜଣେ ୧୬ ବର୍ଷୀୟ କିଶୋରୀକୁ ନିଃଶ୍ଚେତକ ଶୁଙ୍ଘାଇ ଉଠାଇ ନେଇଥିଲେ। ଏହା ପରେ ସେମାନେ ତାକୁ ବାଇକରେ ଗ୍ରେଟର ନୋଏଡ଼ା ନେଇଯାଇଥିଲେ । ସେଠାରେ ଅନ୍ୟ ୪ଜଣ ଯୁବକ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ । ଯୁବତୀଙ୍କୁ ଗୋଟିଏ ବନ୍ଦ ଘରେ ରଖି ତାଙ୍କୁ ବାନ୍ଧି ଦିଆଯାଇଥିଲା । ପୂର୍ବରୁ ଗର୍ଭବତୀ ଥିବା ଏହି କିଶୋରୀଙ୍କୁ ୬ ଜଣ ମିଶି ଦୀର୍ଘ ୬ ଦିନ ଧରି ଦୁଷ୍କର୍ମ କରିଥିଲେ ।
କୈାଣସିମତେ ମଙ୍ଗଳବାର କିଶୋରୀଜଣକ ଦୁଷ୍କର୍ମକାରୀଙ୍କ କବଳରୁ ଖସି ଯାଇ ଗ୍ରେଟର ନୋଏଡ଼ାର ସୁରଜପୁର ଥାନାରେ ପହଞ୍ଚି ସାହାଯ୍ୟ ମାଗିଥିଲେ। ସୁରଜପୁରର ପୁଲିସ ମାମଲାର ସୂଚନା ହର୍ଷ ବିହାର ପୁଲିସକୁ ଦେଇଥିଲେ। ପୀଡ଼ିତାଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ କହିବା ଅନୁସାରେ ଜଣେ ଅଭିଯୁକ୍ତ ଗତ କିଛି ମାସ ଧରି ତାଙ୍କୁ ଦୁଷ୍କର୍ମ କରିଆସୁଥିଲା। ଏହି କାରଣରୁ ସେ ୫ ମାସର ଗର୍ଭବତୀ ଅଛନ୍ତି। ଅଭିଯୁକ୍ତମାନଙ୍କର ନାମ ଶାହନବାର,ତୈାଫିକ,ଜୁଗ୍ନୀ ଏବଂ ଜାବେଦ ବୋଲି ସେ ପ୍ରକାଶ କରିଛନ୍ତି।