Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେତେ ନିଷ୍ଠର ଏ ମଣିଷ : ଗର୍ଭବତୀ ହାତୀକୁ ଖୁଆଇଦେଲେ ବିସ୍ଫୋରକ ଭର୍ତ୍ତି ସପୁରି, ଯନ୍ତ୍ରଣାରେ ଛଟପଟ ହୋଇ ୩ଦିନ ଯାଏଁ ପାଣିରେ ଛିଡା ହେବାପରେ ହାତୀର ମୃତ୍ୟୁ

3/06/2020 at 11:14 AM

ମଲପ୍ପୁରମ ୦୩/୦୬ : ଉତ୍ତର କେରଳର ମଲପ୍ପୁରମ ଜିଲ୍ଲାରେ ତୁଚ୍ଛ ମାନବିକତାର ପରିଚୟ ଦେବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି | ଦୃଶ୍ୟଟି ଅତ୍ୟନ୍ତ ହୃଦୟ ବିଦାରକ ଓ ଆଶ୍ଚର୍ଯ୍ୟଜନକ ମଧ୍ୟ | ଏଠାରେ କିଛି ଲୋକ ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରି ଖୁଆଇ ଦେଇଛନ୍ତି | ନିରୀହ ହାତୀଟି ଶେଷରେ ମାରିବା ପାଇଁ ଯାଇ ନଦୀରେ ଛିଡା ହୋଇରହିଲା | ମାମଲା ଗତ ଗୁରୁବାର ଦିନର | ପାଣିରେ ଛିଡା ହୋଇ ରହିବ ପରେ ଗତ ଶନିବାର ଦିନ ହାତୀର ମୃତ୍ୟୁ ହୋଇଛି | ପଶୁପକ୍ଷୀ ଖୁବ ଶୀଘ୍ର ମଣିଷ ଉପରେ ବିଶ୍ୱାସ କରି ଦେଇଥାନ୍ତି | କିନ୍ତୁ ମଣିଷ ଟଙ୍କା ବିଶ୍ୱାସକୁ ହତ୍ୟା କରିଥାଏ | ଏହି ଘଟଣା ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଛିଡା ହୋଇଛି | 

ମାଇ ହାତୀଟି ଭୋକିଲା ଥିଲା | ସେ ଖାଦ୍ୟ ପାଇଁ ଏପଟେ ସେପଟେ ବୁଲୁଥିଲା | ମେ ୨୫ ତାରିଖରେ ଜଙ୍ଗଲ ନିକଟସ୍ଥ ଏକ ଗାଁରେ ପହଞ୍ଚିଥିଲା | ହାତୀଟି ଗର୍ଭବତୀ ଥିଲା | କିଛି ଲୋକେ ହାତୀକୁ ସପୁରି ଖୁଆଇ ଦେଇଥିଲେ | ସପୁରି ଖାଇବା କ୍ଷଣି ହାତୀର ମୁହଁରେ ବିସ୍ଫୋରଣ ହୋଇଥିଲା | ଫଳରେ ହାତୀର ମୁହଁ ଫାଟି ଯାଇଥିଲା ଏବଂ ତାର ଦାନ୍ତ ମଧ୍ୟ ଭାଙ୍ଗିଗଲା | ହାତୀଟି କିଛି ସମୟ ଯନ୍ତ୍ରଣା ଛଟପଟ ହେଲା | ସେ କିଛି ବୁଝି ପାରିନଥିଲା ତା ସହ କଣ ହେଲା | ସେ ଯନ୍ତ୍ରଣାରେ ଛଟପଟ ହୋଇ ଯାଇ ବେଲିୟର ନଦୀରେ ଛିଡା ହୋଇଯାଇଥିଲା | ନିଜ ଯନ୍ତ୍ରଣା କମ କରିବା ପାଇଁ ସେ ବାରମ୍ବାର ପାଣି ପିଉଥିଲା |

ହାତୀଟି ପାଇଁ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିଲା | ତା ଯନ୍ତ୍ରଣା ଏତେ ଅଧିକ ଥିଲା ଯେ ଆଶ୍ବସ୍ତି ପାଇଁ ସେ ୩ ଦିନ ଯାଏଁ ପାଣିରେ ଛିଡା ହୋଇ ରହିଲା | ହେଲେ କେହି ମଧ୍ୟ ତାକୁ ପାଣିରୁ ବାହାର କରିନଥିଲେ ତାର ଚିକିତ୍ସା କରିନଥିଲେ | ପାଣିରେ ଛିଡା ହୋଇ ସେ ବାରମ୍ବାର ନିଜ ଶୁଣ୍ଢକୁ ପାଣିରେ ବୁଡାଇ ରଖୁଥିଲା | ଶେଷରେ ସେ ଜୀବନ ଯୁଦ୍ଧ ହାରିଯାଇଥିଲା | ଗତ ଶନିବାର ଦିନ ତାର ମୃତ୍ୟୁ ହୋଇଥିଲା | 

ବନବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ହାତୀର ବୟସ ପାଖାପାଖି ୧୪-୧୫ ବର୍ଷ ଥିଲା | ଠିକ ସମୟରେ ହାତୀକୁ ସାହାଯ୍ୟ କରାଯାଇ ପାରିନଥିଲା | ହାତୀ ସମ୍ପର୍କରେ ସୂଚନା ପାଇ ବନବିଭାଗ କର୍ମଚାରୀ ତାକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ | କିନ୍ତୁ ହାତୀଟି ଏତେ ଭୟଭୀତ ଅବସ୍ଥାରେ ଥିଲା ଯେ ସେ ପାଣିରୁ ବାହାରକୁ ଆସିନଥିଲା | ଯାହାଫଳରେ ତାର ମୃତ୍ୟୁ ହୋଇଥିଲା |

ବନବିଭାଗ ଅଧିକାରୀ ମୋହନ କୃଷ୍ଣ ନିଜ ଫେସବୁକ ପେଜରେ ଏ ସମ୍ପର୍କରେ ପୋଷ୍ଟ କରିଥିଲେ | ସେ ଲେଖିଥିଲେ ଯେ ମାଇ ହାତୀଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ନିକଟସ୍ଥ ଗାଁକୁ ଚାଲି ଯାଇଥିଲା | କିନ୍ତୁ ଗ୍ରାମବାସୀ ତାକୁ ଖାଇବାକୁ ନଦେଇ ତାକୁ ଆଘାତ କରିଥିଲେ | ତଥାପି ହାତୀଟି କାହାର କିଛି କ୍ଷତି ନ କରି ଗାଁରୁ ବାହାରି ଆସିଥିଲା | ମୋହନ କୃଷ୍ଣ ଏକ ଭାବନାତ୍ମକ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ ମଣିଷ ଉପରେ ବିଶ୍ୱାସ କରିବାର ଦଣ୍ଡ ପାଇଛି ଏହି ନିରୀହ ଗର୍ଭବତୀ ହାତୀ | ଫଟୋରେ ହାତୀତା କଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି | ଏତେ କଷ୍ଟ ପାଇ ମଧ୍ୟ, ଯନ୍ତ୍ରଣା ସତ୍ତ୍ୱେ ସେ କାହାର କିଛି ଅନିଷ୍ଟ କରିନଥିଲା | ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଲୋକେ ଅସନ୍ତୋଷ ଜାହିର କରିଛନ୍ତି |

   Related Posts