Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗର୍ଭାବସ୍ଥାରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ : ଜନ୍ମ ପୂର୍ବରୁ ଶିଶୁ ହୋଇପାରେ ଅସୁସ୍ଥ

16/03/2020 at 7:40 PM

ଭୁବନେଶ୍ୱର ୧୬/୦୩ : ଗର୍ଭାବସ୍ଥା ସମୟ ସବୁ ମହିଳାଙ୍କ ପାଇଁ ବହୁତ ଖାସ ହୋଇଥାଏ | ଆଉ ଏକ ନୂଆ ଜୀବନକୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ମହିଳା ଗର୍ବ ଅନୁଭବ କରିଥାନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ | ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କ ଭିତରେ ନାନା ମାନସିକ, ଶାରୀରିକ, ଭାବନାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ | କିଛି ମହିଳା ଏହି ସମୟରେ କିଛି ଖାଇବାକୁ ଇଛା କରିନଥାନ୍ତି ତ କିଛି ମହିଳାଙ୍କୁ ଅନେକ ଜିନିଷ ଖାଇବା ପାଇଁ ଇଛା ହୋଇଥାଏ | କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଖାଇବାରେ ମଧ୍ୟ କିଛି କଟକଣା ରହିଥାଏ | କାରଣ ନିଜ ସହ ତାଙ୍କୁ ନିଜ ଶିଶୁର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ | ଉଭୟ ମା ଏବଂ ଶିଶୁର ସୁରକ୍ଷା ଦୃଷ୍ଟିରୁ କିଛି କଟକଣା ରହିଥାଏ ଯାହାକୁ ମାନି ଚାଲିଲେ ଉଭୟଙ୍କ ଠିକ ହୋଇଥାଏ | ପ୍ରଥମଥର ପାଇଁ ମା ହେବାକୁ ଯାଉଥିବା ମହିଳାଙ୍କ ମନରେ ନାନା ପ୍ରଶ୍ନ ଉଠିଥାଏ | ଗର୍ଭାବସ୍ଥା ସମୟରେ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ ତାହା ଜାଣିରଖିବା ନିହାତି ଆବଶ୍ୟକ | ଆସନ୍ତୁ ଜାଣିବା କିଛି ଜରୁରୀ ଟିପ୍ସ :

ଗର୍ଭାବସ୍ଥାର ପ୍ରଥମ ଅବସ୍ଥାରେ ଗର୍ଭସ୍ଥ ମହିଳାମାନଙ୍କୁ ଓଜନିଆ ଜିନିଷ ଉଠାଇବା ମନା ହୋଇଥାଏ | ଓଜନିଆ ଜିନିଷ ଉଠାଇବା ଦ୍ୱାରା ଗର୍ଭସ୍ଥ ଶିଶୁ ନିଜ ସ୍ଥାନରୁ ଖସିଯିବାର ଅନେକ ସମ୍ଭାବନା ଥାଏ | ସେଥିପାଇଁ ଗର୍ଭାବସ୍ଥା ସମୟରେ ଭୁଲରେ ମଧ୍ୟ ଓଜନିଆ ଜିନିଷ ଉଠାଇବା କଥା ନୁହେଁ |

ଆଜିକାଲି ସମୟରେ ମୋବାଇଲ ପ୍ରତ୍ୟେକ ମଣିଷର ସବୁଠାରୁ ଜରୁରୀ ଉପକରଣ ହୋଇଗଲାଣି | ମୋବାଇଲ ବିନା କିଛି କ୍ଷଣ ବି ଯେମିତି ବଞ୍ଚିବା ଅସମ୍ଭବ | ଗର୍ଭାବସ୍ଥା ସମୟରେ ମୋବାଇଲ ବ୍ୟବହାର ଅଧିକ ନ କରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ | ଗର୍ଭବତୀ ମହିଳା ଅଧିକ ସମୟ ମୋବାଇଲ ବ୍ୟବହାର ନ କରିବା ଉଭୟ ମା ଓ ଶିଶୁ ପାଇଁ ଲାଭଦାୟକ | କମ ବ୍ୟାଟେରୀ ଥିବା ମୋବାଇଲ ବ୍ୟବହାର ଦ୍ୱାରା ମୋବାଇଲରୁ ବାହାରୁଥିବା ତରଙ୍ଗ ମା ଓ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ |

ଗର୍ଭସ୍ଥ ମହିଳା ଅଧିକ ମିଠା କିମ୍ବା ଲୁଣ ଖାଇବା ଅନୁଚିତ | ଗର୍ଭାବସ୍ଥା ସମୟରେ ମହିଳାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ | ମହିଳାଙ୍କୁ ବେଳେବେଳେ ମିଠା ଖାଇବାକୁ ଇଛା ହୋଇଥାଏ ତ ପୁଣି କେତେବେଳେ ଖଟା ଖାଇବାକୁ ଇଛା ହୋଇଥାଏ | କିନ୍ତୁ ଗର୍ଭାବସ୍ଥା ସମୟରେ ଅଧିକ ମିଠା ଖାଇବା ଦ୍ୱାରା ମହିଳାଙ୍କୁ ଡାଏବେଟିସ ହେବାର ସମ୍ଭାବନା ଥାଏ | ଅଧିକ ଲୁଣ ଖାଇବା ମଧ୍ୟ କ୍ଷତିକାରକ | ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ଅନେକ ସ୍ଥାନରେ ପାଣି ଜମା ହୋଇଯାଇଥାଏ |

ଗର୍ଭାବସ୍ଥା ସମୟରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯେଉଁଥିପାଇଁ ଶରୀରର ତାପମାତ୍ରା ବଢିବାର ସମ୍ଭାବନା ରହିଛି | ଗର୍ଭାବସ୍ଥା ସମୟରେ ଶରୀରର ତାପମାତ୍ରା ଅଧିକ ରହିବା ଉଭୟ ମା ଓ ଶିଶୁ ପାଇଁ କ୍ଷତିକାରକ | ଏହି ସମୟରେ ଗରମ ପାଣିରେ ଗାଧୋଇବା ଅନୁଚିତ |

ଗର୍ଭାବସ୍ଥା ସମୟରେ କୌଣସି ଔଷଧ ଖାଇବା ଉପରେ କଟକଣା ଜାରି କରାଯାଇଥାଏ | ନିଜ ଡାକ୍ତରଙ୍କୁ ପରାମର୍ଶ ନକରି କୌଣସି ଔଷଧ ଖାଇବା ଅନୁଚିତ | ଏହାଛଡା ପ୍ରତିଦିନ ୮ହଜାର ୟୁନିଟରୁ ଅଧିକ ଭିଟାମିନ ଏ ଖାଇବା ଅନୁଚିତ |

   Related Posts