Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବିବାହ ପୂର୍ବରୁ ସେକ୍ସ ମନା, ଯୁବପୀଢିଙ୍କୁ ଚିନ୍ତିତ ସରକାରଙ୍କ ଗୁହାରୀ କ’ଣ ପାଇଁ …

27/01/2020 at 2:23 PM

ବ୍ରାଜିଲ ୨୭।୦୧: ବିବାହ ପୂର୍ବରୁ ଶାରୀରିକ ସଂପର୍କ ରଖନାହିଁ । ଯଦି ସଂପର୍କ ପାଇଁ ବ୍ୟାକୁଳ ତେବେ ପ୍ରଥମେ ବିବାହ କରିନିଅ । ସୁସ୍ଥ ଓ ନିରାପଦ ଶାରୀରିକ ସଂପର୍କ ନିହାତି ଗୁରୁତ୍ବପୂର୍ଣ୍ଣ । ଆଉ ସେଥିଲାଗି ବେଶି ଚିନ୍ତିତ ଓ ବିବ୍ରତ ବ୍ରାଜିଲ ସରକାର । କାରଣ ନିଜ ଦେଶର କିଶୋର ବୟସର ଯୁବକ ଓ ଯୁବତୀମାନଙ୍କ ପାଇଁ ବ୍ରାଜିଲ ସରକାର ବ୍ୟସ୍ତ ।  କିଶୋରୀ ବୟସରେ ଗର୍ଭବତୀ ହେବା ଏବଂ ଏଚଆଇଭିର ସଂକ୍ରମଣ ମାମଲା ଦିନକୁ ଦିନ ବଢିଚାଲିଛି । ଏଥିପାଇଁ ସରକାର କିଶୋରବୟସରେ ସେକ୍ସ କରିବାକୁ ହେଲେ  ବିବାହ ପାଇଁ ଉପଦେଶ ଦେଉଛନ୍ତି ବ୍ରାଜିଲ ସରକାର  ।

କିଶୋର ଓ କିଶୋରୀ ଏବଂ ଅବିବାହିତ ଯୁବପୀଢିଙ୍କୁ  ସଂଯମତା ରକ୍ଷାକରିବାକୁ ପରାମର୍ଶ ଦେଉଛନ୍ତି ବ୍ରାଜିଲର ମାନବାଧିକାର ଓ ପରିବାର ମନ୍ତ୍ରୀ ଡୋମାରେସ ଏଲ୍ବସ । ସେ କହିଛନ୍ତି , ଆମ ଦେଶର ଯୁବ ବର୍ଗ ସମାଜ ଚାପରେ ଆସି ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ ବିନା ସେକ୍ସ ଏବଂ ଶାରୀରିକ ସଂପର୍କରେ ବି ଆପଣମାନେ ଅଲଗା ଉପାୟରେ ପାର୍ଟିର ମଜା ନେଇପାରିବେ ବା ଉପଭୋଗ କରିପାରିବେ ବୋଲି ମନ୍ତ୍ରୀ କିଶୋର ଓ ଯୁବବର୍ଗଙ୍କ କହିଛନ୍ତି ।  

ଦେଶରେ ନୂତନ ନୀତି ଆଣିବା ପାଇଁ ‘I Chose to Wait’ ନାମକ ଏକ ଅଭିଯାନ ଆରମ୍ଭ କରାଯିବ । ସୋସିଆଲ ମିଡିଆରେ ଯେଉଁମାନଙ୍କର ଅଧିକ ଫଲୋଅର୍ସ ଥିବା ଚର୍ଚ୍ଚର ଫାଦରମାନଙ୍କ ଉପଦେଶ ଏହା ଆରମ୍ଭ କରାଯିବ । ଫାଦରମାନଙ୍କ ସହେଯୋଗ ମଧ୍ୟ ନିଆଯିବ ବୋଲି ଡୋମାରେସ କହିଛନ୍ତି । ନୂତନ ନୀତିକୁ  ସାଧାରଣଲୋକଙ୍କ ଉପର ଲଦି ଦିଆଯିବ ନାହିଁ । ବରଂ ସେମାନଙ୍କୁ ସୂଚିତ କରାଯିବ ।

ଲାଟିନ ଆମେରିକାରେ ସବୁଠାରୁ ବଡ ଦେଶ ବ୍ରାଜିଲରେ ପ୍ରଜନନ ଅଧିକାର ଓ ଯୌନ ଶିକ୍ଷା ଉପରେ ଆଲୋଚନା କରାଯିବ । ବାମ ଦଳ ଓ ଆଲୋଚକଙ୍କ ଅନୁଯାୟୀ, ସେକ୍ସ ଓ ସଂଯମତା କିପରି ରକ୍ଷାକରାଯିବ ତା ଉପରେ ଜୋର ଦିଆଯାଉ । ଭୁଲ୍ ଉପାୟରେ ସେକ୍ସ ବିଷୟରେ ବୁଝାଇବା ସ୍ବାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇପାରେ ।   

ସେକ୍ସ ଉପରେ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ନୀତି ଅପ୍ରଭାବୀ ରହିଛି । ତେଣୁ ଧାର୍ମିକ ମାନ୍ୟତା ଆଧାରରେ ସରକାରୀ ନୀତି ଆରମ୍ଭ କରିବା ଉଚିତ୍‌ ବୋଲି ବ୍ରାଜିଲର ଆଇନ ପ୍ରଫେସର ତଥା  ସାମାଜିକ କର୍ମୀ ଦେବୋରା ଡିନେଜ କହିଛନ୍ତି । ସେପଟେ କିଛି ବିଶେଷଜ୍ଞଙ୍କ ଅନୁସାରେ କିଶୋର ବୟସରେ ଗର୍ଭବତୀ ହେବା ଉପରେ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଚେଷ୍ଟା ପ୍ରାୟ କ୍ଷତିକାରକ ହୋଇଛି ।

କିଶୋର ବୟସରେ ଗର୍ଭଧାରଣା କରିବା ମାମଲାରେ ବ୍ରାଜିଲ ସବୁଠାରୁ ଉପରେ ରହିଛି  । ବିଶ୍ବସ୍ତରରେ କିଶୋର ଗର୍ଭବତୀ ହେବା ୪୪ପ୍ରତିଶତ ରହିଥିବା ବେଳେ ବ୍ରାଜିଲରେ ଏହା ୬୨ପ୍ରତିଶତ ରହିଛି । ବ୍ରାଜିଲରେ ମଧ୍ୟ ଯୌନ ସଂକ୍ରମଣ ମାମଲାରେ ମଧ୍ୟ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ . ୨୦୧୮ରେ ଯୌନ ସଂପର୍କୀତ ରୋଗରେ ୪୩,୯୪୧ ମାମଲା ଆସିଛି । ଏହା ୨୦୧୪ ତୁଳନାରେ ୪୧ପ୍ରତିଶତ ଅଧିକ ।

ବ୍ରାଜିଲରେ କିଶୋର ବୟସରେ ଗର୍ଭବତୀ ହୋଇଥିବା ମାଆ ଓ ସେମାନଙ୍କ ଶିଶୁମାନଙ୍କ ପାଇଁ ଅନେକ ପ୍ରକାର ସ୍କୁଲ ରହିଛି । ଏହି ସବୁ ସ୍କୁଲରେ ସଚେତନତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ୧୫ବର୍ଷୀୟ ଲାରିସା ପରେରା ଗତ ବର୍ଷ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଲାରିସାଙ୍କ ଅନୁଯାୟୀ, କିଶୋର ଅବସ୍ଥାରେ ସରକାରଙ୍କ ଗର୍ଭନିରୋଧକ ସନ୍ଦେଶ ଅତ୍ୟନ୍ତ ଉପଯୋଗୀ । କିନ୍ତୁ ଏହାକୁ ଲୋକମାନେ କାର୍ଯ୍ୟକାରୀ କରୁନାହାନ୍ତି ।  ଲାରିସ ପଢୁଥିବା ସ୍କୁଲରେ ପ୍ରାୟ ସମସ୍ତେ ଗର୍ଭବତୀ ଅଛନ୍ତି । ଗର୍ଭନାଶ ପାଇଁ ଉପଯୁକ୍ତ ସାମଗ୍ରୀ ସହଜରେ ଆମ ପାଖରେ ପହଞ୍ଚାଇବା ମଧ୍ୟ ଜରୁରୀ ।   

ଆସନ୍ତା ମାସରରୁ ବ୍ରାଜିଲରେ ସେକ୍ସ ଉପରେ ସଂଯମତା ରକ୍ଷା କରିବା ଉପରେ ଅଭିଯାନ ଆରମ୍ଭ ହେବ । କ୍ୟାବିନେଟ ମନ୍ତ୍ରୀ ଏଲିବେସଙ୍କ ଅନୁସାରେ ସଂୟୁକ୍ତ ରାଜ୍ୟରେ ଏହିପରି ଅଭିଯାନ ପ୍ରଭାବୀ ରହିଛି ।

ରଟଗର୍ସ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଲେସିଲେ କଣ୍ଟରଙ୍କ ଅନୁଯାୟୀ, କିଶୋରବୟସରେ ଗର୍ଭଧାରଣା କରିବା ନୀତି କୁ ନେଇ ମନ୍ତ୍ରୀଙ୍କ ଦାବି ମିଥ୍ୟା ଅଟେ । କେବଳ କିଛି ପାଠ ପଢାଇବା ଦ୍ବାରା ଏପରି ସମସ୍ୟାର ସମାଧାନ ହୋଇଯିବ । ଏହା କେବଳ ରାଜନୈତିକ ଫାଇଦା ଉଠାଇବା ସଦୃଶ୍ୟ । ଯଦି ସ୍କୁଲ ଆରମ୍ଭରୁ ଯୌନ ଶିକ୍ଷା ଦିଆଯାଇଛି । ତେବେ ଏବେ ଏହାର କୌଣସି ଆବଶ୍ୟକତା ନାହିଁ  କି ଏହି ଶିକ୍ଷା କରିବାକୁ କାହାର ଇଚ୍ଛା ହେବନାହିଁ ।

   Related Posts