Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ଗୋଟିଏ କିଡନୀ କାଢିନେଲେ ଡାକ୍ତର

18/01/2019 at 2:55 PM

ସୁପୋଲ ୧୮/୧ : ବିହାରର ସୁପୋଲ ଜିଲ୍ଲାରେ ପ୍ରସବ ପାଇଁ ନର୍ସିଙ୍ଗହୋମରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ କିଡନୀ କାଢି ନିଆଯାଇଛି | ମହିଳାଙ୍କ କିଡନୀ କଢ଼ା ଯାଇଥିବା ମହିଳା କିମ୍ବା ତାଙ୍କ ପ୍ରତିବାରଲୋକେ ଜାଣିନଥିଲେ | ଅଚାନକ ମହିଳାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା | ଅଲଟ୍ରାସାଉଣ୍ଡ କରାଯିବାରୁ ଜଣାପଡିଥିଲା ଯେ, ମହିଳାଙ୍କର ଗୋଟିଏ କିଡନୀ ନାହିଁ | ପୀଡିତା ମହିଳାଙ୍କ ପରିବାରଲୋକେ ଏନଇ ଜିଲ୍ଲା ମାଜିଷ୍ଟ୍ରେଟ, ମୁଖ୍ୟମନ୍ତ୍ରୀ ଏବଂ ସଦର ଥାନାରେ ଜଣାଇ ନ୍ୟାୟ ପାଇଁ ଗୁହାରି କରିଛନ୍ତି |


ବୈରୋ ଗାଁରେ ରହୁଥିବା ଆଶା ଦେବୀ କହିଛନ୍ତି ଯେ, ପ୍ରସବ ପାଇଁ ସେ ସଦର ବଜାର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ୨୦୧୭ ମସିହା ଜୁଲାଇ ୨୭ ତାରିଖରେ ଡାକ୍ତର ଶୀଲା ରାଣାଙ୍କ ନେତୃତ୍ୱରେ ଅପରେସନ ହୋଇଥିଲା | ପ୍ରସବର କିଛି ଦିନ ପରେ ପୀଡିତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା | ଯନ୍ତ୍ରଣା ହେବାରୁ ମହିଳା ସେଠାକାର ଜଣେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ | ଡାକ୍ତର ପ୍ରଥମେ କିଛି ଔଷଧ ଦେଇଥିଲେ | କିନ୍ତୁ ଯନ୍ତ୍ରଣା ନକମିବାରୁ ସେ ମହିଳାଙ୍କୁ ଅଲଟ୍ରାସାଉଣ୍ଡ କରିବ ପାଇଁ କହିଥିଲେ |

ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡିଥିଲା ଯେ, ଆଶା ଦେବୀଙ୍କର ଗୋଟିଏ ହିଁ କିଡନୀ ଅଛି | ଆଉ ଗୋଟିଏ କିଡନୀ ନାହିଁ | ଏହା ଶୁଣି ପରିବାରଲୋକଙ୍କ ହୋଶ ଉଡ଼ିଗଲା | ରିପୋର୍ଟ ଉପରେ ଘରଲୋକ ବିଶ୍ୱାସ ନକରି ଅନ୍ୟ ଏକ ଜାଗାରେ ଅଲଟ୍ରାସାଉଣ୍ଡ କରାଇଥିଲେ | କିନ୍ତୁ ସେଠାରେ ମଧ୍ୟ ସମାନ ରିପୋର୍ଟ ଆସିଥିଲା | ଦୁଇଟି ଯାକ ଜାଗାରେ ସମାନ ରିପୋର୍ଟ ଆସିବା ପରେ ଘରଲୋକେ ବିଶ୍ୱାସ କରିଥିଲେ | ଏହାପରେ ଘରଲୋକେ ସଦର ଥାନାରେ ଏକ ମାମଲା ଦାଏର କରିଥିଲେ | ହସ୍ପିଟାଲର ଡାକ୍ତର ଏହି ମାମଲାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ |


ଘରଲୋକେ ଅଭିଯୋଗ କରିଥିଲେ ଯେ, ମହିଳା ଗର୍ଭବତୀ ଥିବାବେଳେ ଯେତେବେଳେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା ତାଙ୍କର ଦୁଇଟି କିଡନୀ ଥିଲା | କିନ୍ତୁ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା | ପାଖାପାଖି ୧୩ ମାସ ପରେ ମହିଳାଙ୍କ ଗୋଟିଏ କିଡନୀ କଢ଼ାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା |


ପରିବାରଲୋକେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ରାଣା କିଡନୀ ଧନ୍ଦା କରୁଛନ୍ତି | ଅପରେସନ ବାହାନାରେ ରୋଗୀଙ୍କ କିଡନୀ କାଢି ବିକ୍ରି କରିଦେଉଛନ୍ତି | ଘଟଣାକୁ ଗମ୍ଭୀରତାର ସହ ନେବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | ମହିଳାଙ୍କ ଅନ୍ୟ କିଡନୀରେ ଷ୍ଟୋନ ହୋଇଥିବା ଯୋଗୁଁ ତାଙ୍କ ପେଟରେ ସବୁବେଳେ ଯନ୍ତ୍ରଣା ହେଉଥିବା ଶୁଣିବାକୁ ମିଳିଛି |


କିଡନୀ ଗାୟବ ମାମଲାରେ ସିଭିଲ ସର୍ଜନ ଡାକ୍ତର ଘନଶ୍ୟାମ ଝା କହିଛନ୍ତି ଯେ, ପ୍ରାଥମିକ ଯାଞ୍ଚରୁ ଡାକ୍ତରଖାନା ଅଧିକାରୀ ଏବଂ ଡାକ୍ତରଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ସତ ଭଳି ଜଣାପଡୁଛି | ଯାଞ୍ଚରେ ଡାକ୍ତରଙ୍କ ଦୋଷ ପ୍ରମାଣିତ ହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସିଭିଲ ସର୍ଜନ କହିଛନ୍ତି |

   Related Posts