ମଙ୍ଗଳବାରରେ ବଳଶାଳୀ ସହ ଶତ୍ରୁଦମନ କରିବେ ଏହି ରାଶିର ବ୍ୟକ୍ତି

Published By : Prameya-News7 Bureau | January 27, 2020 IST

ମେଷ – ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ବଳଶାଳୀ ଓ ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

ବୃଷ – ଆର୍ଥିକ ପରିସ୍ଥିତି ଉପରେ ଚିନ୍ତା କଲାବେଳକୁ ଆକସ୍ମିକ ଧନ ଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମିଥୁନ - ବାଦ-ବିବାଦରେ ବିଜୟୀ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ କୃଷିକର୍ମକାରୀ ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

କର୍କଟ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ । ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

ସିଂହ – କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା କରିବାକୁ ପଡିବ । ପରମଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ବିଦ୍ୟା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବଳଶାଳୀ ଓ ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ପାରଙ୍ଗମ ହେବ । ମୋକଦ୍ଦମାରେ ବିଜୟୀ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା – ପ୍ରତାରଣାର ଶିକାର ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବ ଓ ମଧୁର ସମ୍ଭାଷଣରେ ଅଧସ୍ତନମାନଙ୍କ ମନ ଦେବେ ଏବଂ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

ବିଛା – ଧନ-ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ କିମ୍ବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ରାଜକୋଶ ଅର୍ଥ ମିଳିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୭ ।

ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ଏବଂ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମକର – ଲୋକ ସଂପର୍କ ବୃଦ୍ଧି ପାଇବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ମଜ୍ଜି ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୧ ।

କୁମ୍ଭ - ଶୁଦ୍ଧ କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ଈର୍ଷାଜାତ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଜଳଯାତ୍ରା ନ କରିବା ଭଲ । ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ମୀନ - ଆନନ୍ଦ-ଉତ୍ସବରେ ଭାଗ ନେଇ ଖୁସି ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂଭାବ ଜାଗ୍ରତ ହେବ । ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.