ପାକିସ୍ତାନ ତୁଳନାରେ ଭାରତର ପଲ୍ଲା ଭାରି, ପୁଣି ଜିତିବ ଭାରତ ! ଜାଣନ୍ତୁ କ'ଣ କହୁଛନ୍ତି ଜ୍ୟୋତିଷ

Published By : Prameya-News7 Bureau | June 16, 2019 IST

ଭାରତ ପାକିସ୍ତାନ ମହାମୁକାବିଲା ଆରମ୍ଭ ହୋଇସାରିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ହିଁ ଧୂଆଁଧାର ବ୍ୟାଟିଂ ଜାରି ରଖିଛି । ସାଧାରଣତଃ ଯେଉଁ ଟିମ ପ୍ରଥମେ ବ୍ୟାଟିଂ କରିବା ସେହି ଟିମ ମ୍ୟାଚ ଜିତିବା ପାଇଁ ସକ୍ଷମ ହୋଇଥାଏ । କାରଣ ମ୍ୟାଚର ପ୍ରାରମ୍ଭ ସମୟରେ ସିଂହ ଲଗ୍ନର ଏକାଦଶ ଭାବରେ ରବି, ମଙ୍ଗଳ ଓ ବୁଧ ମଜବୁତ ସ୍ଥିତିରେ ଅଛନ୍ତି । ଚନ୍ଦ୍ରମା ଅଷ୍ଟମ ଭାଗରେ ଶୁକ୍ର ନକ୍ଷତ୍ରରେ ବିରାଜମାନ ଅଛନ୍ତି । ସେଥିପାଇଁ ଶୁକ୍ର ମଧ୍ୟ ମଜବୁତ ସ୍ଥିତିରେ ଅଛନ୍ତି । ଜ୍ୟୋତିଷଙ୍କ କହିବାନୁଯାୟୀ, ମ୍ୟାଚର ପ୍ରାରମ୍ଭ ସ୍ଥିତି ବହୁତ ମଜବୁତ ରହିବ । ଯେହେତୁ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରୁଛି ସେଥିପାଇଁ ଭାରତ ମଜବୁତ ସ୍ଥିତିରେ ଅଛି ।

{"id":123675,"width":578,"height":385}

ମ୍ୟାଚର ଦ୍ୱିତୀୟ ପର୍ଯ୍ୟାୟ କନ୍ୟା ଲଗ୍ନରେ ଆରମ୍ଭ ହେବ । କନ୍ୟା ଲଗ୍ନ ଚକ୍ରରେ ମଙ୍ଗଳ ସହ ରବି ଦଶମ ଘରେ ବିରାଜମାନ ଅଛନ୍ତି । ମଙ୍ଗଳ ଏବଂ ସୂର୍ଯ୍ୟ ବହୁତ ମଜବୁତ ଏବଂ ସେହି ଘରେ ବସିଥିବା ଲଗ୍ନାଧିପତି ବୁଧ ବହୁତ ଦୁର୍ବଳ । ମଙ୍ଗଳ ଓ ବୁଧ ବୃହସ୍ପତି ନକ୍ଷତ୍ରରେ ଅଛନ୍ତି ଏବଂ ବୃହସ୍ପତି ତୃତୀୟ ଭାଗରେ ମଙ୍ଗଳ ବୁଧ ସହ ଶତକ ଯୋଗ ତିଆରି କରୁଛି । ଏହି ଯୋଗ ଲଗ୍ନ ଚକ୍ରକୁ ଦୁର୍ବଳ କରୁଛି । ଏଭଳି ସ୍ଥିତିରେ ଦ୍ୱିତୀୟ ଇନିଂସ ବହୁତ କଠିନ ରହିବ । ଅର୍ଥାତ ଦ୍ୱିତୀୟ ଇନିଂସରେ ଯେଉଁ ଟିମ୍ ବ୍ୟାଟିଂ କରିବା ସେହି ଟିମକୁ ଅଧିକ ସଂଘର୍ଷ କରିବାକୁ ପଡିବ ।

{"id":123676}

ଆଜି ସବୁଠାରୁ ଅଧିକ ସଫଳତା ମହେନ୍ଦ୍ର ସିଂହ ଧୋନିଙ୍କୁ ମିଳିପାରେ । ଆଜିର ମ୍ୟାଚ ଧୋନିଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ । ଠିକ ସେହିଭଳି ବୁମରାହଙ୍କ ପାଇଁ ଆଜିର ଦିନଟି ଶୁଭ । ତାଙ୍କୁ ଟିକିଏ ସତର୍କତାର ସହ ବୋଲିଂ କରିବାକୁ ପଡିବ ।

{"id":123677}

ସେହିଭଳି ପାକିସ୍ତାନୀ ଖେଳାଳି ଫକର ଜମାନଙ୍କ ପାଇଁ ଆଜିର ଦିନଟି ଶୁଭ । ଫକର ଆଜି ଭଲ ପ୍ରଦର୍ଶନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.