Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କେଉଁ ରାଶି ବ୍ୟକ୍ତିଙ୍କ ପାଇଁ କେମିତି ରହିବ ୨୦୧୯ ଜାଣନ୍ତୁ

30/12/2018 at 2:13 PM

ଭୁବନେଶ୍ୱର ୩୦/୧୨ : ଆଉ ମାତ୍ର ଦୁଇ ଦିନର ଅପେକ୍ଷା | ଶେଷ ହେବାକୁ ଯାଉଛି ୨୦୧୮ | ଆରମ୍ଭ ହେବ ୨୦୧୯ | ୨୦୧୯ର ଅଙ୍କ ୩ | ୩ ଅଙ୍କ ବୃହଷ୍ପତ୍ତିଙ୍କ ଅଙ୍କ | ୩ ବୃହଷ୍ପତ୍ତିଙ୍କ ହୋଇଥିବାରୁ ବର୍ଷ ସାରା ବୃହଷ୍ପତ୍ତିଙ୍କ ପ୍ରଭାବ ରହିବ | ବର୍ଷର ପ୍ରାରମ୍ଭ କନ୍ୟା ଲଗ୍ନରୁ ହେବ | କନ୍ୟା ଲଗ୍ନରେ ମଙ୍ଗଳ ଗ୍ରହ ଏବଂ ଗ୍ରହଙ୍କ ପ୍ରଭାବ ରହିବ | ବର୍ଷ ଆରମ୍ଭରେ ଚନ୍ଦ୍ରମା ତୁଳା ରାଶିରେ ଅବସ୍ଥାନ କରିବେ | ଯେଉଁଥିପାଇଁ ଶୁକ୍ର ଗ୍ରହଙ୍କ ପ୍ରଭାବ ମଧ୍ୟ ରହିବ | ଯେଉଁମାନଙ୍କ ରାଶିରେ ବୃହଷ୍ପତ୍ତିଙ୍କ ଉଚ୍ଚ ସ୍ଥାନରେ ଥିବେ ସେମାନେ ଆସନ୍ତା ବର୍ଷ ଲାଭବାନ ରହିବେ | ଯେଉଁମାନଙ୍କ ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ଥିବା ସେମାନଙ୍କ ପାଇଁ ମଧ୍ୟ ୨୦୧୯ ଶୁଭ ଫଳ ପ୍ରଦାନ କରିବ | ବିବାହ, ବ୍ରତ ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ପାଇଁ ଆସନ୍ତା ବର୍ଷ ଅତ୍ୟନ୍ତ ଶୁଭ | ୨୦୧୯ରେ ଧନର ବର୍ଷ ହେବ |

୨୦୧୯ରେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଅଧିକ ଫଳପ୍ରଦ ଆସନ୍ତୁ ଜାଣିବା :

ଯେଉଁମାନଙ୍କ ଜନ୍ମ ତାରିଖ ୩, ୧୨, ୨୧ କିମ୍ବା ୩୦ ହୋଇଥିବା ସେମାନେ ଲାଭବାନ ହେବେ | ଯେଉଁମାନେ ଏବେ ୨୧ ବର୍ଷ, ୩୦ବର୍ଷ , ୩୯ବର୍ଷ, ୪୮ବର୍ଷ କିମ୍ବା ୫୭ ବର୍ଷରେ ପଦାର୍ପଣ କରିଛନ୍ତି ସେମାନେ ମଧ୍ୟ ଲାଭବାନ ହେବେ | ଯେଉଁମାନେ ମାର୍ଚ୍ଚ, ଜୁନ, ନଭେମ୍ବର କିମ୍ବା ଡିସେମ୍ବର ମାସରେ ଜନ୍ମ ହୋଇଛନ୍ତି ତାଙ୍କ ପାଇଁ ୨୦୧୯ ଅତ୍ୟନ୍ତ ଶୁଭ | ମିଥୁନ ରାଶି, ଧନୁ ରାଶି ଏବଂ ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ | ଯେଉଁମାନଙ୍କ କୁଣ୍ଡଳୀରେ ବୃହଷ୍ପତ୍ତି ଲଗ୍ନରେ ବାସ କରୁଛନ୍ତି ସେମାନଙ୍କ ପାଇଁ ୨୦୧୯ ଅତ୍ୟନ୍ତ ଶୁଭ |

କେଉଁ ରାଶିର ବ୍ୟକ୍ତି ୨୦୧୯ରେ ସମସ୍ୟାର ସମ୍ମୁଖୀନ ହେବେ ଆସନ୍ତୁ ଜାଣିବା :

ଯେଉଁମାନଙ୍କ ଜନ୍ମ ତାରିଖ ୬, ୧୫ କିମ୍ବା ୨୪ ହୋଇଥିବା ସେମାନଙ୍କ ପାଇଁ ସମସ୍ୟା ଉପୁଜିପାରେ | ବିଶେଷକରି ବୃଷ ରାଶି, ତୁଳା ରାଶି ଏବଂ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୧୯ ଶୁଭଫଳ ଦେବନାହିଁ | ଯେଉଁମାନଙ୍କ କୁଣ୍ଡଳୀରେ ବୃହଷ୍ପତ୍ତି ନିଚ୍ଚରେ ଥିବେ ସେମାନଙ୍କ ପାଇଁ ଆସନ୍ତା ବର୍ଷ ଅଶୁଭ ରହିବ | ଯେଉଁମାନେ ଅନାବଶ୍ୟକ ବାଦବିବାଦରେ ପଡନ୍ତି ତାଙ୍କ ପାଇଁ ୨୦୧୯ ଅଶୁଭ | ଯେଉଁମାନଙ୍କ ଖାଇବା ପିଇବା ଅସ୍ୱାଭାବିକ ସେମାନେ ମଧ୍ୟ ନାନାଦି ସମସ୍ୟା ଦେଇ ଗତି କରିପାରନ୍ତି |

ଆସନ୍ତା ବର୍ଷକୁ ଭଲ ଭାବେ କେମିତି ବିତେଇବେ ଜାଣନ୍ତୁ କିଛି ସରଳ ଉପାୟ :

ସୁନା କିମ୍ୱା ପିତ୍ତଳରେ ତିଆରି ଏକ ମୁଦି ତର୍ଜନୀ ଆଙ୍ଗୁଠିରେ ଧାରଣ କରିବେ | ବର୍ଷ ସାରା ହଳଦୀ ମିଶା ପାଣି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବେ | ବର୍ଷ ସାରା ଗରିବ ଲୋକଙ୍କୁ ହଳଦିଆ ବସ୍ତୁ କିମ୍ବା କଦଳୀ ଦାନ କରିବେ | ଗାୟତ୍ରୀ ମନ୍ତ୍ରକୁ ହିନ୍ଦୁ ଧର୍ମରେ ଯଶ ମନ୍ତ୍ର ଭାବେ ଗଣନା କରାଯାଇଥାଏ | ବର୍ଷ ସାରା ପ୍ରତିଦିନ ଏହି ମନ୍ତ୍ର ଜପ କରିବେ | ମେଷ, କର୍କଟ, ସିଂହ, ବୃଷ, ଧନୁ, ମୀନ ରାଶି ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ହଳଦିଆ ବସ୍ତ୍ର ଧାରଣ କରିବେ କିମ୍ବା ହଳଦିଆ ବସ୍ତୁ ବ୍ୟବହାର କରିବେ | ଅପରପକ୍ଷରେ ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶି ବ୍ୟକ୍ତି ବିଶେଷ ସବୁଜ ରଙ୍ଗ ଅଧିକ ବ୍ୟବହାର କରିବେ |

   Related Posts