Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଏବେ ଡରାଉଛି କିନ୍ତୁ ଦୀର୍ଘ ଦଶନ୍ଧି ପୂର୍ବରୁ ଲେଖକଙ୍କ ଭାବନାରେ ଆସିଥିଲା ଭୟଙ୍କର ‘କରୋନା’

14/03/2020 at 6:08 PM

ଭୁବନେଶ୍ୱର, ୧୪|୦୩:   କରୋନା ଏବେ ସାରା ବିଶ୍ବ ପାଇଁ ଆତଙ୍କ ପାଲଟି ଯାଇଛି ।ହେଲେ ୨୦୨୦ ମସିହାରେ ସାରା ବିଶ୍ବରେ କରୋନା ଭଳି ଏହି ମହାମାରୀ ବ୍ୟାପିଯିବ ବୋଲି ପୂର୍ବରୁ ଲେଖାଯାଇଥିବା ୨ଟି ବହିରେ ଏନେଇ ପୂର୍ବାନୁମାନ କରାଯାଇଛି ।ଏହି ୨ଟି ବହି ହେଲା The Eyes of Darkness ଏବଂ End of Days. ତେବେ ଏହି ରୋଗ ଯେତିକି ବେଗରେ ସାରା ବିଶ୍ବରେ କାୟା ବିସ୍ତାର କରିବ ସେତିକି ଶୀଘ୍ର ଉଭେଇ ଯିବ।

ସତ ହେଲା ଭବିଷ୍ୟବାଣୀ । ଆଉ ସତ ହୋଇଛି ଉପନ୍ୟାସର କାହାଣୀ । କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତାରେ  ଥିବାବେଳେ ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିଛନ୍ତି କି ଏକ ପ୍ରାୟ ୪୦ ବର୍ଷ ପୂର୍ବେ ଏହି ଭାଇରସ ସମ୍ପର୍କରେ ଏକ ଉପନ୍ୟାସରେ ପୂର୍ବାନୁମାନ କରାଯାଇଥିଲା ? ୧୯୮୧ ମସିହାରେ ଆମେରିକୀୟ ଲେଖକ ଡିନ୍ କୋଣ୍ଟଜଙ୍କ ଦ୍ବାରା ଲିଖିତ ଏକ ଉପନ୍ୟାସ The Eyes of Darkness ରେ କରୋନା ଭାଇରସ କଥା ଉଲ୍ଲେଖ କରିଥିଲେ ।୨୦୧୯-୨୦୨୦ରେ ଏକ ମହାମାରୀ ଭାଇରସର ପୂର୍ବାନୁମାନ କରିଥିଲେ। ସେ ଏହି ଭାଇରସର ନାମ ଉହାନ୍ – ୪୦୦ ରଖିଥିଲେ ।

ଏହି ଭୂତାଣୁ ଏକ ଲାବୋରେଟୋରୀରେ ଅସ୍ତ୍ର ଭାବରେ ତିଆରି କରାଯାଇଥିବା ବର୍ଣ୍ଣନା କରାଯାଇଛି ।ତେବେ ଉପନ୍ୟାସର ଏହି ଭାଗକୁ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଏହି ଲେଖାକୁ ୨୦୧୩ ଜୁନ ୩ରେ ଟ୍ବିଟ୍‌ କରିଥିଲେ ।ସେ ପୁସ୍ତକର କଭର ପୋଷ୍ଟ କରିଥିଲେ ଏବଂ ପୁସ୍ତକରୁ କିଛି ବାକ୍ୟକୁ ଉତଥାପନ କରିଥିଲେ ।ଯେଉଁଥିରେ ଉହାନ -୪୦୦ ଭାଇରସ ବିଷୟରେ ଉଲ୍ଲେଖ ରହିଛି ।ଏହି ଖବର ଲୋକଙ୍କୁ ସ୍ତମ୍ବିଭୂତ କରିଥିବା ବେଳେ ଏହାକୁ ନେଇ ବିବାଦ, ବତର୍କ ଆରମ୍ଭ ହୋଇଛି । ଏହି ପୃଷ୍ଠା The Eyes of Darkness ର ନୁହେଁ । ବରଂ ଏହା ଆମେରିକାର ଲେଖକ ସିଲଭିଆ ବ୍ରାଉନେଙ୍କ ୨୦୦୮ ପୁସ୍ତକ “End Of Days ପୁସ୍ତକ ଭବିଷ୍ୟବାଣୀରୁ ଆସିଥିବା ଦାବି ହୋଇଛି ।ଏହି ବହିର ୩୧୨ ନମ୍ବର ପୃଷ୍ଠାରେ କରୋନା ସମ୍ପର୍କରେ ଲେଖା ରହିଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ୨୦୨୦ ମସିହା ବେଳକୁ ଏକ ଭାଇରସ ସାରା ବିଶ୍ବକୁ ବ୍ୟାପିବ ବୋଲି ଏଥିରେ ଲେଖା ରହିଛି । ଏହା ଶ୍ବାସତନ୍ତ୍ର ଓ ଫୁସଫୁସକୁ ଆକ୍ରାନ୍ତ କରିବ ବୋଲି ମଧ୍ୟ ସ୍ପଷ୍ଟ ଭାବେ ଲେଖା ହୋଇଛି ।ତେବେ ବଡ଼ ଆଶ୍ବସ୍ତିର କଥା ହେଲା ଏହି ରୋଗ ଯେତିକି ବେଗରେ ଆସିବ, ସେତିକି ବେଗରେ ଚାଲିଯିବ ବୋଲି ଏଥିରେ ଲେଖା ଯାଇଛି । ଯାହା ବିଶ୍ବବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି  ଦେଇଛି ।ଏହି ବହିର ଲେଖା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

   Related Posts