ଜ୍ୟୋତିର୍ବିଦ୍‌ଙ୍କ ଗଣନାରେ ୨୦୨୦: କ'ଣ ରହିବ ନବୀନ, ମୋଦି ଓ ରାହୁଲଙ୍କ ଭାଗ୍ୟ...

Published By : Prameya-News7 Bureau | December 31, 2019 IST

ଭୁବନେଶ୍ବର୩୦/୧୨: ପୁରୁଣା ବର୍ଷ ତ ଯାଉଛି । ଖାଲି ବର୍ଷ ତ ଯାଉନି ଗୋଟି ଦଶନ୍ଧି ବି ଶେଷ ହେଉଛି । ନୂଆ ବର୍ଷ, ନୂଆ ଆଶା ସମ୍ଭାବନା ନେଇ ଆସୁଛି । ତେବେ ବର୍ଷ ୨୦୨୦ ବଡ଼ ନେତା ଓ ରାଜନୈତିକ ଦଳ ଲାଗି କେମିତି ରହିବ ? କ’ଣ ହେବ ରାଜ୍ୟର ଭାଗ୍ୟ? ଦେଶ ତଥା ବିଶ୍ୱର ଭାଗ୍ୟ ? ଏହାକୁ ନେଇ ଜ୍ୟୋତିଷାଚାର୍ଯ୍ୟଙ୍କ ଗଣାନା କ’ଣ କହୁଛି?

{"id":205189,"sizeSlug":"large"}

ସରିଛି ଉନିଶ ଏବେ ଟ୍ୱେଣ୍ଟି -୨୦ ।  କିଛି ଘଣ୍ଟା ପରେ ଖାଲି ବର୍ଷ ବଦଳିବନି, ଗୋଟିଏ ଦଶନ୍ଧିର ଅନ୍ତ ହେବ । ନୂଆ ବର୍ଷରେ ରାଜନୀତି ମୈଦାନରେ କେଉଁ ନେତା କେତେ ସ୍କୋର କରିବେ? କେଉଁ ଦଳ ଆଗରେ ରହିବ, ଆଉ କିଏ ପଡ଼ିବ ପଛରେ ? କଣ ହେବ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ? ଏ ନେଇ ଜ୍ୟୋତିଷାଚାର୍ଯ୍ୟମାନେ ଭବିଷ୍ୟତାବାଣୀ ପୂରା ଉନିଶ ବିଶ୍‌ର ଗଣନା ।

{"id":205190,"sizeSlug":"large"}

 ଜ୍ୟୋତିଷ ବ୍ରହ୍ମାନନ୍ଦ ପଣ୍ଡାଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଶି ମିଥୁନ, ଆଦ୍ୟା ନକ୍ଷତ୍ର ଓ ମେଷ ଲଗ୍ନ । ଏବେ ଚାଲିଛି ଶୁକ୍ର ମହାଦଶାରେ ରାହୁ ଅର୍ନ୍ତଦଶା ।

{"id":205191,"sizeSlug":"large"}

ପୂରା ବର୍ଷ ନବୀନଙ୍କ ଲାଗି ଅତ୍ୟନ୍ତ ଶୁଭ ରହିବ, ଯାହାର ସିଧା ଲାଭ ବିଜେଡିକୁ ମିଳିବ । ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଶି ବିଛା, ୧୭/୮ ଅନୁରାଧା ନକ୍ଷତ୍ର ।

ଶୁକ୍ର ଅର୍ନ୍ତଦଶାରେ ଚନ୍ଦ୍ର ମହାଦଶାରେ ଶୁଭକାରକ । ତେବେ ଜୁନ୍ ଯାଏଁ କିଛିଟା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ, ଜୁଲାଇରୁ ମୋଦି ଖୁବ୍ ଶକ୍ତିଶାଳୀ ସମୟ ଦେଇ ଗତିକରିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍ ରଞ୍ଜନ ମହାପାତ୍ର ।

{"id":205192,"sizeSlug":"large"}

ରାହୁଲ ଗାନ୍ଧୀଙ୍କ ମଧ୍ୟ ରାଶି ବିଛା । ତେବେ ନକ୍ଷତ୍ର ହେଉଛି ୧୮/୮ ଜ୍ୟୋଷ୍ଠା । କଂଗ୍ରେସର ରାଶି ସହ ରାହୁଲଙ୍କ ସଂଯୋଗ ଶୁଭ ହେଉ ନ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ନେତୃତ୍ୱ ନେଲେ ଭଲ ଫଳ ମିଳିବ ବୋଲି କହିଛନ୍ତି ଜ୍ୟୋତିଷାଚାର୍ଯ୍ୟ ରଂଜନ କୁମାର ।

{"id":205193,"sizeSlug":"large"}

ରାଜନୀତି ଛାଡ଼ି ଅନ୍ୟ କ୍ଷେତ୍ରକୁ ଦେଖିଲେ ଦେଶ ଓ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି ।

{"id":205194,"sizeSlug":"large"}

ସେପଟେ ଅଙ୍କ ଗଣନା ହିସାବରେ ୨୦୨୦ ଖୁବ୍ ଚମତ୍କାର ଉତ୍ଥାନ ପତନ ନେଇ ଆସିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ବିଭୁପ୍ରସାଦ ରଥ । ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବର୍ଷରେ କ୍ରିକେଟରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବିଶ୍ୱବିଜେତା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

{"id":205195,"sizeSlug":"large"}

ଏହା ଭିତରେ ସାମ୍ନାକୁ ଆସିଛି ପଞ୍ଚଦଶ ଶତାବ୍ଦୀର ଫ୍ରାନ୍ସର ବିଖ୍ୟାତ ଜ୍ୟୋତିଷ ନାଷ୍ଟ୍ରୋଡୋମାନଙ୍କ ୨୦୨୦ ସମ୍ବନ୍ଧିତ ଭବିଷ୍ୟବାଣୀ । ସେ ଯଉଁ ଲେଖା ଗୁଡ଼ିକ ଛାଡ଼ି ଯାଇଛନ୍ତି, ସେହି ଆଧାରରେ ଏହା କୁହାଯାଉଛି କି, ୨୦୨୦ ହେବ ସବୁଠୁ ହିଂସ୍ର ବର୍ଷ । ଅନେକ ଦେଶ ପରସ୍ପର ସହ ଯୁଦ୍ଧରେ ଲିପ୍ତ ହେବେ । ବିଶ୍ୱରେ ହିଂସା ବଢିବ । ଦେଖିବାକୁ ହେବ ଜ୍ୟୋତିଷଙ୍କ କଥାରେ କେତେ ସତ ରହୁଛି କେତେ ଫଳୁଛି କର୍ମଫଳ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.