ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ predator, ଚୀନ୍ ଉପରେ ରଖିବ ନଜର

Published By : Prameya-News7 Bureau | November 25, 2020 IST

ନୂଆଦିଲ୍ଲୀ ୨୫।୧୧: ଚୀନ୍‌ ସହ ସୀମା ବିବାଦକୁ ନେଇ ଉତ୍ତେଜନା ମଧ୍ୟରେ ଆମେରିକା ସହ ଘନିଷ୍ଠତା ଯୋଗୁ ମିଳିଥିବା ଦୁଇଟି ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଡ୍ରୋନ ଭାରତୀୟ ସୀମାର ସୁରକ୍ଷା କରିବେ। ଏହି ଡ୍ରୋନଗୁଡିକୁ ଆବଶ୍ୟକ ପଡିଲେ ଚୀନ୍‌-ଭାରତ ସୀମା ସଲଗ୍ନ ବାସ୍ତବିକ୍ ନିୟନ୍ତ୍ରଣ ରେଖା(ଏଲଏସି)ରେ ମଧ୍ୟ ମୁତୟନ ହୋଇପାରନ୍ତି। 

{"id":367537,"sizeSlug":"large"}

ଭାରତ-ଚୀନ୍‌ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ଦୁଇଟି ଡ୍ରୋନ ଲାଗି ଅନୁମତି ଦେଇଥିଲେ। ଯାହାକୁ ନୌସେନାରେ ସାମିଲ କରିଦିଆଯାଇଛି। ଶୀର୍ଷ ପ୍ରତିରକ୍ଷା ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆମେରିକାରୁ ଡ୍ରୋନ ୨ଟି ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଭାରତ ଆସିସାରିଥିଲା ଓ ନଭେମ୍ବର ୨୧ ତାରିଖରେ ଆଇଏନଏସ ରଜାଲୀରୁ ଏଗୁଡିକ ସମୁଦ୍ର ଉପରେ ଉଡାଣ ମଧ୍ୟ କରିଥିଲେ। ଆମେରିକୀୟ ଡ୍ରୋନ ନୌସେନା ଶକ୍ତିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

{"id":367538,"sizeSlug":"large"}

ଡ୍ରୋନ ସହ ଆମେରିକୀୟ କ୍ରୁ ମଧ୍ୟ ଆସିଛନ୍ତି। ଡ୍ରୋନ ଅପରେଟ କରିବାରେ ଏମାନେ ନୌସେନାକୁ ସହାୟତା କରୁଛନ୍ତି। ଏହି ଡ୍ରୋନଗୁଡିକ ଏବେ ଭାରତୀୟ ରଙ୍ଗରେ ଉଡୁଛନ୍ତି ଓ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଭାରତ ଡ୍ରୋନ ଦୁଇଟିକୁ ଆମେରିକୀୟ କମ୍ପାନୀ ଠାରୁ ଲିଜ୍‌ରେ ଆଣିଛନ୍ତି। ଭାରତୀୟ ସେନାର ଆର୍ମି, ଏୟାରଫୋର୍ସ ଓ ନେଭି ୩ ଶାଖା ଲାଗି ଏପରି ୧୮ଟି ଡ୍ରୋନ ଆଣିବା ଲାଗି ଏବେ ବିଚାର କରାଯାଉଛି। ପୂର୍ବ ଲଦ୍ଦାଖରେ ଚୀନ୍‌ ଅନୁପ୍ରବେଶ ବିରୋଧରେ ଆମେରିକା ଓ ଭାରତ ଏବେ ଏକତ୍ର କାର୍ଯ୍ୟ କରୁଛନ୍ତି। ମାମଲାରେ ଆମେରିକା ଭାରତକୁ ସର୍ଭିଲାନ୍ସ ଓ ସୂଚନା ସେୟାର କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.