ପରିସ୍ଥିତି ଉଦ୍‌ବେଗଜନକ : ରାଜ୍ୟରେ ଭଲ ଖାଇବାକୁ ପାଉନାହାନ୍ତି ୨୬ ହଜାର ୮୮୭ ଶିଶୁ, ଗତ ତିନି ମାସ ଭିତରେ ରାଜ୍ୟରେ ୪୯୨ ବାଳକ ଓ ବାଳିକା ନିଖୋଜ

Published By : Prameya-News7 Bureau | July 21, 2019 IST

ଭୁବନେଶ୍ବର ୨୧|୭: ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟ ଯୋଜନାରେ ସରକାର ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଦେବା କଥା କହୁଛନ୍ତି । ହେଲେ  ରାଜ୍ୟରେ ୨୬ ହଜାର ୮୮୭ ଶିଶୁ ଏବେ ବି କୁପୋଷଣର ଶିକାର । ଓଡ଼ିଶାର ଯଥେଷ୍ଟ ବିକାଶ ହୋଇଛି ବୋଲି ନେତାଏ କେବଳ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଖାଲି କୁପୋଷଣ କାହିଁକି ଗରୀବୀରେ ଓଡ଼ିଶା ଏବେ ତଳଆଡ଼ ନମ୍ବର ଟୁ। ନିତି ଆୟୋଗ ରିପୋର୍ଟ ଏହା ସୂଚାଉଛି । ଏସବୁକୁ ନେଇ ବିରୋଧୀ କହିଛନ୍ତି ସରକାର ନଗଡାରୁ କିଛି ଶିଖିଲେନି।

{"id":136060}

ରାଜ୍ୟରେ ଭଲ ଖାଇବାକୁ ପାଉ ନାହାନ୍ତି ୨୬ ହଜାର ୮୮୭ ଶିଶୁ । ପୃଷ୍ଟି କର ଖାଦ୍ୟ ବିନା ଜୀବନ ସହ ଲଢୁଛନ୍ତି । ଏକଥା ନିଜେ ସରକାର ବିଧାନସଭାରେ ସ୍ବିକାର କରିଛନ୍ତି । ନିଜେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟର ୨୬ ହଜାର ୮୮୭ ଶିଶୁ କୁପୋଷଣର ଶିକାର ହୋଇଥିବା ସରକାର ଚିହ୍ନଟ କରିଛନ୍ତି । ଅପପୁଷ୍ଟି, ଶିଶୁମୃତ୍ୟୁ ସର୍ବୋପରି ଗରୀବୀ ହଟାଇବାରେ ସଫଳତା ପାଇଥିବା ନେତାଏ ଡିଣ୍ଡିମ ପିଟୁଛନ୍ତି ।

{"id":136061}

ଆଉ ନିତି ଆୟୋଗ ରିପୋର୍ଟ କହୁଛି ଗରିବୀରେ ଓଡ଼ିଶା ନମ୍ବର ଟୁ। ନିତି ଆୟୋଗର ସଷ୍ଟେନେବେଲ ଡେଭଲପମେଣ୍ଟ ଗୋଲ୍‌ ଇଣ୍ଡେକ୍ସ ଅନୁଯାୟୀ ଓଡ଼ିଶାର ୩୨ ଦଶମିକ ୫୯ ପ୍ରତିଶତ। ଏହାକୁ ନେଇ  ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି- ସରକାର ନଗଡାଠୁ କିଛି ଶିଖିଲେନି, ଶିଶୁଙ୍କୁ ଭଲ ଖାଇବାକୁ ତ ଦେଉ ନାହାନ୍ତି ।

{"id":136062}

ପୃଷ୍ଟିହୀନ ଥିବା ଶିଶୁଙ୍କ ଲାଗି ସରକାର ସବୁ ଜିଲ୍ଲାରେ ସପ୍ଲିମେଣ୍ଟ ନ୍ୟୁଟ୍ରିସନ ପ୍ରୋଗ୍ରାମରେ କରୁଛନ୍ତି । ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି ।

{"id":136063}

ରାଜ୍ୟରୁ ଅପପୃଷ୍ଟି ଦୂର ଲାଗି ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି । ହେଲେ ତାହା କେତେ କାର୍ଯ୍ୟକାରୀ ହେଉଛି ଓ କେତେ ଲାଭଦାୟକ ତାହା ଏଥରିରୁ ସ୍ପଷ୍ଟ ବୁଝାପଡୁଛି ।

{"id":136064}

କେବଳ ଏତିକି ନୁହେଁ ମନ୍ତ୍ରୀ ହିସାବ ଦେଇଛନ୍ତି ଗତ ତିନି ମାସରେ ରାଜ୍ୟରେ ୪୯୨ଜଣ ବାଳକ ଓ ବାଳିକା ନିଖୋଜ  । ସେମାନଙ୍କ ଭିତରେ ୪୩୨ ନାବାଳିକା ଅଛନ୍ତି । ହେଲେ ତିନି ମାସ ଭିତେର ଏତେ ସଂଖ୍ୟକ ଶିଶୁ ଓ ନାବାଳିକା ନିଖୋଜ ହେବା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.