ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟ୍‌ରେ CAA-NRCକୁ ବିରୋଧ କଲେ ଏହି ଯୋଡ଼ି : ଫଟୋ ଭାଇରାଲ୍

Published By : Prameya-News7 Bureau | December 22, 2019 IST

ଜଣେ ଦମ୍ପତ୍ତି ନିଜ ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟ୍‌ରେ CAA-NRC କୁ ବିରୋଧ କରିଛନ୍ତି । କେରଳର ତିରୁଅନନ୍ତପୁରମର ବାସିନ୍ଦା ଏହି ଦମ୍ପତ୍ତି ଅରୁଣ ଗୋପୀ ଓ ଆଶା ଶେଖର ନିଜ ବିବାହ ପୂର୍ବରୁ ହୋଇଥିବା ପ୍ରି-ଓ୍ବେଡିଙ୍ଗ୍ ଫଟୋସୁଟ୍ କରିଛନ୍ତି । ଫଟୋସୁଟ୍‌ରେ CAA-NRCକୁ ବିରୋଧ କରିଥିବା ଦେଖିବାକୁ ମିଳିଛି ।

{"id":201098,"sizeSlug":"large"}

 First look photography ନିଜ ଫେସବୁକ୍ ପେଜ୍‌ରେ ଏହି ଫଟୋ ସେୟାର କରାଯାଇଛି । ସୋସିଆଲ ମିଡିଆରେ ଏହି ସବୁ ଫଟୋ ଭାଇରାଲ ହୋଇଛି ।

{"id":201087,"sizeSlug":"large"}

ଆଶା ଓ ଅରୁଣଙ୍କ ବିବାହ ୩୧ଜାନୁଆରୀ ୨୦୨୦ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦୁଇ ଦମ୍ପତ୍ତି ଫଟୋସୁଟ କରି ସିଏଏ-ଏନଆରସିକୁ ବିରୋଧ କରିଛନ୍ତି । ଫେସବୁକ୍‌ରେ ସେୟାର କରି ଫଟୋ ତଳେ ‘ଆମେ ଦେଶ ସହିତ ଅଛୁ, ଏଥିପାଇଁ ଦେଶକୁ ମଧ୍ୟ ସହଯୋଗ କରିବା ଆବଶ୍ୟକ’

{"id":201088,"sizeSlug":"large"}

ସଂସଦର ଉଭୟ ଗୃହରେ ନାଗରିକତା ସଂଶୋଧନ ବିଲ୍ ପାସ୍‌ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି । ଦେଶରେ CAA-NRCକୁ ବିରୋଧ କରି ପୋଡାଜଳା ଓ ହିଂସା ଦେଖାଦେଇଛି ।

{"id":201099,"sizeSlug":"large"}

କିନ୍ତୁ ଏହି ଦମ୍ପତ୍ତି  ଶାନ୍ତପୂର୍ଣ୍ଣ ଭାବରେ ଫଟୋସୁଟ କରି ବିରୋଧ ପ୍ରଦର୍ଶନ କରିଛନ୍ତି ।  ସୋସିଆଲ ମିଡିଆରେ ଛଡାଯାଇଥିବା ଏକ ଫଟୋରେ NO CAA, NO NRC ଲେଖି ସେୟାର କରିଛନ୍ତି ।

{"id":201089,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.