Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

୪ ବର୍ଷର ଶିଶୁକୁ ସ୍କୁଲର ମହିଳା କର୍ମୀ କରୁଥିଲେ ଯୌନ ଶୋଷଣ : ପ୍ରାଇଭେଟ ପାର୍ଟରେ ମାରିଥିଲେ ପଥର

15/04/2019 at 3:34 PM

ହାଇଦ୍ରାବାଦ ୧୫/୪ : ତେଲେଙ୍ଗାନା ହାଇଦ୍ରାବାଦରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି | ହାଇଦ୍ରାବାଦ ଅନ୍ତର୍ଗତ ମାଧପୁରର ଏକ ଘରୋଇ ସ୍କୁଲରେ ଜଣେ ଶିଶୁ ସହ ଯୌନ ଶୋଷଣ ଅଭିଯୋଗ ହୋଇଛି | ସ୍କୁଲର ୨ଜଣ ମହିଳା କର୍ମୀ ଶିଶୁଙ୍କୁ ଯୌନ ଶୋଷଣ କରି ପ୍ରାଇଭେଟ ପାର୍ଟରେ ପଥର ମାରିଦେଇଥିବା ଅଭିଯୋଗ ହୋଇଛି | ସାଢେ ୪ ବର୍ଷର ଶିଶୁର ପରିବାର ଲୋକେ ଏନେଇ ସ୍କୁଲର ୨ ମହିଳା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମହିଳା କର୍ମଚାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜ୍ଜୁ କରିଛନ୍ତି ଶିଶୁଙ୍କ ପରିବାର ଲୋକେ | ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟ ଆଧାରରେ ମାମଲା ରୁଜ୍ଜୁ ହୋଇଛି |


ପୋଲିସ ସୂଚନା ଅନୁଯାୟୀ, ଏପ୍ରିଲ ୧୦ ତାରିଖରେ ଶିଶୁଙ୍କ ମା’ ଥାନାରେ ମାମଲା ରୁଜ୍ଜୁ କରିଥିଲେ | ଶିଶୁଙ୍କ ମା’ ଅଭିଯୋଗ କରିଥିଲେ ସ୍କୁଲର ୨ ଜଣ ମହିଳା କର୍ମଚାରୀ ତାଙ୍କ ଶିଶୁର ଯୌନାଙ୍ଗରେ ପଥର ପୁରାଇ ଦେଇଥିଲେ | ପୀଡିତା ଶିଶୁକୁ ମେଡିକାଲ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି | ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏବେ ସୁଦ୍ଧା ଯୌନ ଆକ୍ରମଣର କୌଣସି ପ୍ରମାଣ ମିଳିନାହିଁ | ଘଟଣାର ତଦନ୍ତ ଜାରି ରହିଛି | ୨ ମହିଳା କର୍ମଚାରୀ ଫେରାର ଅଛନ୍ତି | ପୋଲିସ ଉଭୟଙ୍କୁ ଖୋଜୁଛି |

   Related Posts