ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ରାଜଧାନୀ କଲେଜରେ ପ୍ରାକ ନିର୍ବାଚନୀ ହିଂସା: ଛାତ୍ର ଆହତ,୨ ଅଟକ

17/09/2018 at 3:25 PM

ଭୁବନେଶ୍ୱର ୧୭/୯ : ଛାତ୍ର ସାଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ | କିନ୍ତୁ ରାଜଧାନୀ କଲେଜରେ ଦେଖାଦେଲାଣି ନିର୍ବାଚନୀ ହିଂସା | ଆଜି କଲେଜ ମଧ୍ୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି | କଥା ହାତାହାତି ପର୍ଯ୍ୟନ୍ତ ଯାଇଛି | କଲେଜର ଯୁକ୍ତ ୩ର ଛାତ୍ର ପ୍ରଶାନ୍ତ ଦଳେଇଙ୍କ ଉପରେ ଆକ୍ରମଣ ହୋଇଛି | ତାଙ୍କ ମୁହଁରେ ଆଘାତ ଲାଗିଥିଲା | ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଛାଡି ଦିଆଯାଇଛି | ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି |
ଖବର ନେବାରେ ଜଣାପଡିଛି ଯେ, ଚଳିତ ବର୍ଷ ପ୍ରଶାନ୍ତ ଦଳେଇ ଛାତ୍ର ସାଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ଆଶାୟୀ ଅଛନ୍ତି | ଫଳରେ ସେ ଛାତ୍ରଛାତ୍ରୀଙ୍କ ସହ ମିଳାମିଶା କରୁଛନ୍ତି | ଏକଥା ଆଉ ଏକ ଗୋଷ୍ଠୀକୁ ବିବ୍ରତ କରିଛି | ଫଳରେ କିଛି ଅଣଛାତ୍ରଙ୍କ ସହାୟତାରେ କଲେଜରେ କିଛି ଛାତ୍ର ପ୍ରଶାନ୍ତଙ୍କ ଉପରେ ଆକ୍ରମଣ କରିଥିଲେ |
ଏହି ଘଟଣାରେ ପୋଲିସ କଲେଜ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ମାଗିଛି | ତେବେ କଲେଜର କନ୍ଦଳ କଲେଜରେ ସମାଧାନ କରାଯିବ ବୋଲି ରାଜଧାନୀ କଲେଜର ଅଧ୍ୟକ୍ଷା ଦାୟିତ୍ୱରେ ଥିବା ସସ୍ମିତା ତ୍ରିପାଠୀ କହିଛନ୍ତି |

   Related Posts