ଭୁବନେଶ୍ବର ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ; ୧୨ ଛାତ୍ର ଆହତ

Published By : Prameya-News7 Bureau | August 20, 2018 IST

ଭୁବନେଶ୍ୱର ୨୦/୮ : ଭୁବନେଶ୍ବର ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କଲେଜରେ ଗେ।ଷ୍ଠୀ ସଂଘର୍ଷରେ ୨ ଗେ।ଷ୍ଠୀର ୧୨ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଆଜି ପ୍ରଥମେ କଲେଜ ଭିତରକୁ କିଛି ଅଣଛାତ୍ର ପଶି ଗୋଟିଏ ଛାତ୍ରଗୋଷ୍ଠୀ ସହ ଗଣ୍ଡଗୋଳ କରିଥିଲେ । ଏହାକୁ ନେଇ କଲେଜ ପରିସରରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବଡଗଡ ଥାନାରେ ଏତଲା ଦିଆଯାଇଛି । କଲେଜ ପରିସରେ ଚାପା ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.