ଭବାନୀପାଟଣା କଲେଜରେ ପ୍ରାକ ନିର୍ବାଚନୀ ହିଂସା; ସଭାପତି ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ

Published By : Prameya-News7 Bureau | October 08, 2018 IST

କଳାହାଣ୍ଡି ୮/୧୦ : ଭବାନୀପାଟଣା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପ୍ରାକ କଲେଜ ନିର୍ବ।ଚନୀ ହିଂସା ଦେଖିବାକୁ ମିଳିଛି । ଅପ୍ରତିଦ୍ବନ୍ଦି ନବ ନିର୍ବ।ଚିତ ବିଜେଡି ସମର୍ଥିତ କଲେଜ ସଭାପତି ହରିଶ ଅହିର ସହ ପୁର୍ବତନ କଲେଜ ସଭାପତି ଆଶିଷ ରଂଜନ ମହାପାତ୍ରଙ୍କୁ କଂଗ୍ରେସ ସମର୍ଥିତ ଛାତ୍ର ଗୋଡାଇ ଗୋଡାଇ ବାଡାଇଥିବା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଛାତ୍ର ଗୋଷ୍ଟୀ ପ୍ରଚାର ପାଇଁ ଦେଓ।ନସାହି ପଡା ଯାଇଥିବା ବେଳେ ବିଜେଡି ଛାତ୍ର ଗୋଷ୍ଟୀ ଉପରେ ଛାତ୍ର କଂଗ୍ରେସ କର୍ମୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପରେ ପୁର୍ବତନ କଲେଜ ସଭାପତି ଆଶିଷ ରଂଜନ ମହାପାତ୍ର ଓ ଚଳିତ ବର୍ଷର ଅପ୍ରତିଦ୍ବନ୍ଦି ନବ ନିର୍ବ।ଚିତ କଲେଜ ସଭାପତି ହରିଶ ଅହିରଙ୍କୁ ଜୋର ଜବରଦସ୍ତ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଘରକୁ ଟେକି ନିଆଯାଇଥିବା ଆଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ଭକ୍ତ ଦାସଙ୍କ ପୁଅ ତଥା ଭବାନୀପାଟଣା ନିର୍ବ।ଚନ ମଣ୍ଡଳୀର ଘୋଷିତ କଂଗ୍ରେସ ପ୍ରାର୍ଥୀ ସାଗର ଦାସଙ୍କ ନିର୍ଦ୍ଦଶେରେ ଆକ୍ରମଣ ହୋଇଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ଆନ୍ୟପକ୍ଷରେ ସାଗର ଦାସ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଛବିକୁ ମଳିନ କରିବାକୁ ବିଜେଡି ଦଳର ଏହା ଷଡଯନ୍ତ୍ ବୋଲି ସୁଚନା ଦେଇଛନ୍ତି । କଲେଜ ନିର୍ବ।ଚନରେ ରାଜନୌତିକ ଦଳର ସଂପୃକ୍ତି ରାଜନୌତିକ ହିଂସାକୁ ଉସକାଉଛି । ଏହି ଆକ୍ରମଣ ଘଟଣା ବର୍ତମାନ କଲେକ ରାଜନୀତିରୁ ଜିଲ୍ଲା ରାଜନୀତିକୁ ମୋଡ ନେଲଣି । ଭବାନୀପାଟଣା ନିର୍ବ।ଚନ ମଣ୍ଡଳୀର ଘୋଷିତ କଂଗ୍ରେସ ପ୍ରାର୍ଥୀ ସାଗର ଦାସଙ୍କ ସଂପୃକ୍ତି ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଆମ୍ନା ସାମ୍ନା ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.