Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ବଲାଙ୍ଗିରରେ ପ୍ରାକ ନିର୍ବାଚନୀ ହିଂସା : ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ ଆକ୍ରମଣ ଅଭିଯୋଗ

14/04/2019 at 9:35 AM

ବଲାଙ୍ଗିର ୧୪/୪: ବଲାଙ୍ଗିରରେ ପ୍ରାକ ନିର୍ବାଚନୀ ହିଂସା । ଚନ୍ଦନଭାଟିର ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଛାତି, ଆଖି ଓ ଗୋଡରେ ଆଘାତ ଲାଗିଛି । ପ୍ରଫୁଲ୍ଲ ଅର୍କେଶ ନାରାୟଣ ସିଂ ଦେଓଙ୍କ ପାଇଁ ପ୍ରଚାର କରୁଥିବା ବେଳେ କିଛି କଂଗ୍ରେସ କର୍ମୀ ତାଙ୍କୁ ପ୍ରଚାର କରିବାକୁ ବିରୋଧ କରିଥିଲେ ଓ ପରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ବଲାଙ୍ଗିର ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂ ଦେଓ । ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ  ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। 

   Related Posts