ରେଭେନ୍ସାରେ ପ୍ରାକ୍ ନିର୍ବାଚନ ହିଂସା ଘଟଣା ; ୧୨ ଘଣ୍ଟା ପରେ କୁଳପତିଙ୍କୁ ଛାଡିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 02, 2018 IST

କଟକ ୨|୧୦: ରେଭେନ୍ସାରେ ପ୍ରାକ୍ ନିର୍ବାଚନ ହିଂସା ଘଟଣାରେ ୧୨ ଘଣ୍ଟା ପରେ କୁଳପତିଙ୍କୁ ଛାଡିଲେ ଛାତ୍ରଛାତ୍ରୀ । ଗତକାଲି ଅପରାହ୍ନରୁ କୁଳପତିଙ୍କୁ ଘେରାଉ କରିଥିଲେ ଛାତ୍ରଛାତ୍ରୀ । ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ଗତକାଲି କ୍ୟାମ୍ପସ୍ ରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ୍ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛିଲା । ଗତକାଲି ଇଲେକ୍ସନ କମିଟି ବୈଠକରେ ପରୋକ୍ଷରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ପୋଡାଜଳା କରିଥିଲେ । ଏହାସହ କୁଳପତି ଇଶାନ କୁମାର ପାତ୍ରଙ୍କୁ ଘେରାଉ କରିଥିଲେ । ତେବେ ଆଜି ଭୋର ୪ଟା ୩୦ରେ କୁଳପତିଙ୍କୁ ଛାଡିଦେଇଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.