ରେମୁଣା ଆସନ ଦଖଲ କରିବ କିଏ ? ବିଜେପିଠାରୁ ଆସନ ଛଡାଇବାରେ ସକ୍ଷମ ହେବ କି ବିଜେଡି ?

Published By : Prameya-News7 Bureau | March 07, 2019 IST

ବାଲେଶ୍ବର ୭|୩ (ବ୍ରହ୍ମନାଥ ରଥ) : ବାଲେଶ୍ବର ସଦର ନିର୍ବାଚନ କ୍ଷେତ୍ରର  ପଡୋଶୀ ନିର୍ବାଚନ ମଣ୍ଡଳୀ ରେମୁଣା । ବାଲେଶ୍ବର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ  ରେମୁଣା ସ୍ବତନ୍ତ୍ର । ନୀଳଗିରିଠାରୁ ଅଲଗା ହୋଇ  ୨୦୦୯ ରେ ହିଁ ଏହି ନିର୍ବାଚନ ମଣ୍ଡଳୀ ଗଠିତ ହେଲା । ଗତ ଦୁଇଥର ନିର୍ବାଚନରେ ଏହି ଆସନରୁ ଥରେ ବିଜେଡି ଏବଂ ଥରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ।

{"id":91325}

ରେମୁଣା, ଦ୍ବାଦଶ ଶତାବ୍ଦୀ ନିର୍ମିତ କ୍ଷୀରଚୋରା ଗୋପୀନାଥଙ୍କ ଲାଗି ବେଶି ପ୍ରସିଦ୍ଧ । କୃଷି. ଶିଳ୍ପ ଓ ମନ୍ଦିର ଏବଂ ସ୍ଥିତି  ରେମୁଣାକୁ କରେ ସ୍ବତନ୍ତ୍ର ।ନିର୍ବାଚମଣ୍ଡଳୀ ପୁନର୍ଗଠନରେ ନୀଳଗିରିରୁ ଅଲଗା ହୋଇ ୨୦୦୯ ରେ ରେମୁଣା ନିର୍ବାଚନ ମଣ୍ଡଳୀ ।  ରେମୁଣା ବ୍ଲକର ୨୮ ପଞ୍ଚାୟତ ଏବଂ ବାଲେଶ୍ବର ସଦର ବ୍ଲକର ୯ ପଞ୍ଚାୟତର ଭୋଟର ରେମୁଣା ବିଧାୟକଙ୍କୁ ବାଛନ୍ତି ।

{"id":91326}

 କ୍ଷୀରଚୋରା ଗୋପୀନାଥ ଆରାଧ୍ୟ ।ଏହା ସହ ଆନେକ ଦେବାଦେବୀ ମନ୍ଦିର ରେମୁଣାକୁ ପର୍ଯ୍ୟଟନ ମାନଚିତ୍ରରେ  ରଖିବାସହ  ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ପରିଚିତି ଦିଏ ।ନିର୍ବାଚନ ମଣ୍ଡଳୀର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ତେବେ ଏଠାରେ ଶିଳ୍ପର ବି ରହିଛି ଜବରଦସ୍ତ ଉପସ୍ଥିତି । ରେମୁଣାର କଂସା, ପିତ୍ତଳ ବାସନ କୁସନର ଢେର ପ୍ରସିଦ୍ଧି ରହିଛି । ଏହି ନିର୍ବାଚନ କ୍ଷେତ୍ର ଭିତରେ ଇମାମୀ ପେପର ମିଲ୍ସ, ଇସ୍ପାତ ଆଲଏଜ୍, ବିରଳା ୟାୟାର୍ସ, ସଫ୍ଟୱେର ପାର୍କ , ଇଣ୍ଡିଆନ ଅଏଲ ବଟଲିଂ ପ୍ଲାଣ୍ଡ ଆଦି ରହିଛି ।ଏହା ବ୍ୟତୀତ ଫକୀରମୋହନ ବିଶ୍ବବିଦ୍ୟାଳୟ ମେଡିକାଲ କଲେଜଏବଂ ଏମ୍ସ ସାଟେଲାଇଟ ସେଣ୍ଟର ରେମୁଣାର ଗୁରୁତ୍ବ ବଢାଏ । 

{"id":91327}

 ଅନୁସୂଚିତ ବର୍ଗ ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରେମୁଣାରେ ୨୦୧୪ ନିର୍ବାଚନ ବେଳେ ମୋଟ  ମତଦାତା ଥିଲେ ୨ ଲକ୍ଷ  ୪୦୫ । ପୁରଷ ମତଦାତା ୧ ଲକ୍ଷ ୫ ହଜାର ୧ ଶହ ୬ ଏବଂ ମହିଳାଙ୍କ ସଂଖ୍ୟା ୯୫ ହଜାର ୨୯୫ । ତେବେ ୫ ବର୍ଷରେ ଭୋଟର ସଂଖ୍ୟା ୧୨ ହଜାର ବଢିଛି ।ଏହି ନିର୍ବାଚ ମଣ୍ଡଳୀରେ ସାକ୍ଷରତା ହାର ୬୩ ପ୍ରତିଶତ ଥିବାରୁ ମତଦାତାଙ୍କ ମତର ଗୁରୁତ୍ବ ରହିଛି ।

{"id":91328}

ଗତ ଦୁଇଥରର ନିର୍ବାଚନ ଫଳାଫଳ ଉପରେ ନଜର ପକାଇବା । ୨୦୦୯ରେ ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନା ହୋଇଥିଲେ ବିଧାୟକ । ସେ ତାଙ୍କର ନିକଟତମ ସ୍ବାଧୀନ ପ୍ରାର୍ଥୀ  ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ୩୦ ହଜାର ୭୨୩ ଭୋଟରେ କିନ୍ତୁ ୨୦୧୪ରେ  ବଦଳିଗଲା  ସ୍ଥିତି । ସ୍ବାଧିନପ୍ରାର୍ଥୀ  ଗୋବିନ୍ଦଙ୍କୁ ଟିକଟ ଦେଲା ବିଜେପି । ପଦ୍ମ ଚିହ୍ନରେ ଗୋବିନ୍ଦ ଜିତିଲେ ବାଜି । ୧୩ ହଜାରରୁ ଅଧିକ ଭୋଟରେ ହାରିଗଲେ ସୁଦର୍ଶନ । କଂଗ୍ରେସ ପ୍ରର୍ଥୀ ବହୁ ଭୋଟ ପଛରେ ରହୁ ଥିବାରୁ ଏଠାରେ  ପ୍ରତିଦ୍ବନ୍ଦିତା ଦ୍ବିମୂଖୀହିଁ ହୋଇଛି ।

{"id":91329}

 ରେମୁଣାର ସଂକ୍ଷିପ୍ତ  ଇତିହାସ ଓ ସ୍ଥିତି ତ ଜାଣିଲେ । ଏବେ ୨୦୧୯ର ସମୀକରଣ ନେଇ ଆକଳନ କରିବା । ତେବେ ବିଧାୟକଙ୍କ ଠାରୁ ହିଁ ଆରମ୍ଭ କରିବା ହିସାବ ।

{"id":91330}

 ୨୦୦୯ର ନିଜ ପତିଆରାରେ ଲଢି ହାରିଥିଲେ ବି, ଦମ୍ଭ ଦେଖାଇଥିଲେ ଗୋବିନ୍ଦ ଚନ୍ଦ୍ର ଦାସ । ତାଙ୍କୁ ପରେ ଦଳରେ ସାମିଲ କରି ଟିକଟ ଦେଲା ବିଜେପି ।୨୦୧୪ରେ ମିଳିଲା ପଜିଟିଭ ରେଜଲ୍ଟ ।ଗୋବିନ୍ଦ ବିଜେପିର ବିଧାୟକ ହେଲେ । ଆଉ ତାଙ୍କ ଦବଦବା ବି, ରଖିଲେ ।ତେବେ ଏଇ ୫ ବର୍ଷରେ ଗୋବିନ୍ଦ କରିଛନ୍ତି କ'ଣ ? ଲୋକଙ୍କ ଭରସା ରଖିଛନ୍ତି ତ ? ଥାର୍ଡ ଟର୍ମ ପାଇଁ ତାଙ୍କର କ'ଣ ପ୍ଲାନ , ପଜିଟିଭ୍ ନେସ୍ କେତେ ତାହା ାଗାମୀ ଦିନରେ କହିବେ ଜନତା ଜନାର୍ଦ୍ଦନ।

{"id":91331}

ନିର୍ବାଚନକୁ ଆଉ କେଇଟା ମାସ ବାକି ।ପ୍ରଚାର ଆରମ୍ଭ ହୋଇନଥିଲେ ବି ଚା ଖଟିରେ ଜମୁଛି ରାଜନୈତୀକ ଚର୍ଚ୍ଚା । ଜନତା କହିଲେଣି ୨୦୧୪ର ରାୟ କେତେ ଠିକ୍‌ କେତେ ଭୁଲ୍ । କାରଣ ଅନୁମାନ ଓ ଆକଳନରେ ମତଦାତାଙ୍କ ମତାମତ ହିଁ ସଠିକ ପରିସଂଖ୍ୟନ ଦେବ ।ଆସନ୍ତୁ ଶୁଣିବା  ରେମୁଣା ଜନତାଙ୍କ  କଥାରେ କ'ଣ ଆଭାସ ....ରେମୁଣା ଜନତା  ସମସ୍ୟା, ସୁବିଧା ଅସୁବିଧା କଥା ପରେ ବି ଯୁବ ଓ ଶିକ୍ଷିତ ନେତା ଚାହାନ୍ତି ଏହା ସ୍ପଷ୍ଟ । ତେବେ ତାହା ପୂରଣ ହେବ ନା ନାହିଁ , ସେଥିଲାଗି ଆମକୁ ଆଉ କିଛି ମାସ ଅପେକ୍ଷା କରିବାକୁ ହେବ ।

{"id":91332}

୫ ବର୍ଷରେ ଥରେ ଜନତାଙ୍କୁ ସୁଯୋଗ । ସରକାର ଗଠନ ପାଇଁ ମତ ରଖିବେ । ପୁରୁଣା ନେତାଙ୍କୁ ମଜବୁତ କରିବେ କି ଗଡେଇବେ । ନେତା ବି ତିଆରି କରିବେ ଜନତା ।ସେଥିଲାଗି ଭୋଟ୍‌ ଆସିଲେ ଗଣମାଧ୍ୟମରେ ବେଶି ବ୍ୟବହୃତ ଶବ୍ଦ ପାଲଟେ ଜନତା-ଜନାର୍ଦ୍ଦନ । ସେହି  ଜନତା ଜନାର୍ଦ୍ଦନଙ୍କ ଭରସା ଜିଣିବାକୁ ବେଶ୍ ଆଶାବାଦୀ ଆଶାୟୀ ପ୍ରାର୍ଥୀ ।

{"id":91333}

ରେମୁଣା ଆସନ ଦଖଲ କରିବ କିଏ ? ବିଜେପି ଠାରୁ ଆସନ ଛଡାଇ ନେବକି ବିଜେଡି ?  ଏହି ପ୍ରଶ୍ନରୁ ବିଜେଡି ଶିବିରକୁ ନେଇ ବେଶି ଚର୍ଚ୍ଚା । କାରଣ ଶଙ୍ଖ ଚିହ୍ନ ଲାଗି ଆଶାୟୀ ଅଧିକ । ତୃତୀୟ ଥର ଲାଗି ଦଳ ଟିକଟ ପାଇଁ  ଆଶାୟୀ  ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ସେପଟେ  ଆଇଆଇଟି ଇଞ୍ଜିନିୟର ଦୀପକ ମଲ୍ଲିକ ଏବଂ  ବ୍ୟବସାୟରେ ଥିବା ସୁଧାଂଶୁ ଶେଖର ପରିଡ଼ା ବି ଆଶାବାଦୀ

{"id":91334}

ବିଜେପି କ୍ୟାମ୍ପରୁ ବିଧାୟକ  ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପୁଣି ରିପିଟ କରାଯିବା ସମ୍ଭାବନା ବେଶି । ତେବେ କଂଗ୍ରେସ ଶିବିର ରେ ଆଶାୟୀ ବି ବେଶି । ୨୦୦୯ ଓ ୨୦୧୪ରେ ଦଳ ପ୍ରାର୍ଥୀ ବଦଳାଇଥିଲା । କିନ୍ତୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା । ତଥାପି ଦଳ କଡା ଟକ୍କର ଦେବାକୁ କଂଗ୍ରେସ ଆଶାୟୀ ଆଶାରଖିଛନ୍ତି ।

{"id":91335}

 ଆଶାୟୀ  ତାଙ୍କ ଆଶା, ବିଶ୍ବାସ ସହ ଢୋଲ ବି ପିଟିବା ସ୍ବାଭାବିକ । ତେବେ ଦଳ କାହାକୁ ଭରସା କରିବ ତାହା ନିର୍ବାଚନ ବିଗୁଲ ବାଜିବା ପରେ ହିଁ  ସ୍ପଷ୍ଟ ହେବ ।

{"id":91336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.