ବ୍ରହ୍ମପୁରରେ ଦିନିକିଆ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଓ ତାଲିମ୍ ଶିବିର

Published By : Prameya-News7 Bureau | January 31, 2019 IST

ବ୍ରହ୍ମପୁର ୩୧|୧: ବ୍ରହ୍ମପୁରରେ ଦିନିକିଆ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଓ ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଉଭୟ ଦକ୍ଷିଣାଞ୍ଚଳ ଓ ଦକ୍ଷିଣ ପଶ୍ଚିମାଞ୍ଚଳର ୯ଟି ଜିଲ୍ଲାର ଏସପି ଓ ୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଛନ୍ତି। ଏହି ତାଲିମ ଶିବିରକୁ ରାଜ୍ୟ ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଯାଦବ ଉଦଘାଟନ କରିଥିଲେ।

{"id":80097}

ଏଥିରେ ଆଇଜି ଆଇନ ଶୃଙ୍ଖଳା ଅମିତାଭ ଠାକୁର ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଆଶିଷ କୁମାର ସିଂ ଉପସ୍ଥିତ ଥିଲେ। ଏହି ଶିବିରରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଜାନକୀ ବଲ୍ଲଭ ମିଶ୍ର ଓ ରବି ସାହୁ ଯୋଗଦେଇ କିପରି ଆଗାମୀ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯାଇପାରିବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏହି ଶିବିରରୁ ତାଲିମ ପାଇବା ପରେ ଏମାନେ ଜିଲ୍ଲା ସ୍ତରରେ ଯାଇ ପ୍ରଶିକ୍ଷଣ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.