ଯୁବକଙ୍କ ହାତରୁ ଖସିଗଲା ଗ୍ରାଇଣ୍ଡର : ଚିରିଗଲା ଛାତି, ଦେଖାଗଲା ହାର୍ଟ

Published By : Prameya-News7 Bureau | June 26, 2021 IST

ପ୍ରୟାଗରାଜ ୨୬/୬ : 'କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ' । ଏ କଥାଟି ପ୍ରୟାଗରାଜର ସଙ୍ଗମ ସହରରେ ସତ୍ୟ ପ୍ରମାଣିତ ହୋଇଛି । ଏଠାରେ ଜଣେ ଯୁବକଙ୍କ ହାତରୁ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର୍ ଖସିପଡିବାରୁ ତାଙ୍କ ଛାତି ଚିରି ହୋଇଯାଇଛି । ଏପରିକି ଏତେ ଜୋରରେ ଖଣ୍ଡିଆ ହୋଇଛି ଯେ ଭିତରର ହାର୍ଟ ଦେଖିବାକୁ ମିଳିଛି ।

ପୃଥିବୀର ୨ୟ ଭଗବାନ ବୋଲାଉଥିବା ଡାକ୍ତରମାନେ ତାଙ୍କ ଜୀବନ ନାଟିକାକୁ ଅଟକାଇବାରେ ସକ୍ଷମ ହୋଇଛନ୍ତି । ଚିକିତ୍ସା ପରେ ବର୍ତ୍ତମାନ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପ୍ରକୃତରେ, ପ୍ରୟାଗରାଜର ଧୁମଙ୍ଗଞ୍ଜ ଅଞ୍ଚଳର ବାସିନ୍ଦା ଜୟ ସିଂ ଯାଦବ ମେକାନିକ୍ ଭାବରେ କାର୍ଯ୍ୟ କରନ୍ତି । କାମ କରୁଥିବା ସମୟରେ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର୍ ତାଙ୍କ ହାତରୁ ଖସି ପଡିଥିଲା ।

ଫଳରେ ଗ୍ରାଣ୍ଡରଟି ତାଙ୍କ ହାତକୁ କାଟିବା ସହ ଛାତି ଉପରେ ପଡିଥିଲା । ଯାହାକି ଗବୀର କ୍ଷତ ସୃଷ୍ଟି କରିଛି । କ୍ଷତ ଏତେ ଗଭୀର ଥିଲା ଯେ ଭିତରର ହୃଦୟ ମଧ୍ୟ ଦୃଶ୍ୟମାନ ହେଉଥିଲା । ହାତଟି ଖରାପ ଭାବେ କାଟି ଦିଆଯାଇଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ ବହୁତ କମ୍ ଥିଲା । ଶୀଘ୍ର ପୀଡିତଙ୍କୁ ଡାକ୍ତରଖାନା ପଠାଯାଇଥିଲା । ଜୟଙ୍କ ଅବସ୍ଥା ଦେଖି ତାଙ୍କ ପରିବାର ଜୟ ବଞ୍ଚିବେ ବୋଲି ଆଶା କରିନଥିଲେ ।

କିନ୍ତୁ ଡାକ୍ତର ଏହି ରୋଗୀକୁ ସଫଳତାର ସହ ଅପରେସନ୍ କରିଥିଲେ । ତେବେ ଏହି ଅପରେସନ୍ ଡାକ୍ତରଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା । ସେପଟେ ଡାକ୍ତରଙ୍କ ଏପରି କାମ ପାଇଁ ପରିବାର ଲୋକ ଡାକ୍ତରଙ୍କୁ ଧାନ୍ୟବାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.