ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା

Published By : Prameya-News7 Bureau | August 05, 2018 IST

ସାମଗ୍ରୀ : ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମ ପୋଈ ଶାଗ- ୧୨-୧୪ଟି ପତ୍ର ରିଫାଇନ ତେଲ- ଅଧା କପ୍ ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟା ରସୁଣ- ଗୋଟିଏ ସୋରିଷ – ୨ ବଡ଼ ଚାମଚ ଜିରା - ଅଧା ଚାମଚ ଶୁଖିଲା ଲଙ୍କା – ୭ଟା ଟମାଟୋ – ୨ଟା ଲୁଣ – ସ୍ଵାଦ ଅନୁସାରେ ହଳଦି- ୧ ଚାମଚ ଲଙ୍କା ଗୁଣ୍ଡ – ଅଧା ଚାମଚ ପ୍ରସ୍ତୁତି ପ୍ରଣାଳୀ : ୧. ଚିଙ୍ଗୁଡ଼ିକୁ ଭଲକରି ସଫା କରି ଦିଅନ୍ତୁ ୨. ପ୍ରଥମେ କଡେଇକୁ ଗରମ କରି ୪ ଚାମଚ ତେଲ ପକାଇ ବିଙ୍ଗୁଡି ପକାଇ ୧ ଛୋଟ ଚାମଚ ହଳଦି ଓ ଅଳ୍ପ ଲୁଣ ଦେଇ ଭାଜନ୍ତୁ । ଭଲକରି ଭାଜି ହୋଇଗଲା ପରେ ଚିଙ୍ଗୁଡିକୁ କାଢ଼ି ଅଲଗା ରଖି ଦିଅନ୍ତୁ । ୩. ତାପରେ ଶୋରିଷ, ୪ ପାଖୁଡ଼ା ରସୁଣ, ୪ଟି ଶୁଖିଲା ଲଙ୍କା ଓ ଜିରାକୁ ଭଲ ଭାବରେ ବାଟି ଦିଅନ୍ତୁ ୪. କଡ଼େଇରେ ତେଲ ପକାନ୍ତୁ, ତେଲ ଗରମ ହେଲା ପରେ ୧ ଚାମଚ ଫୁଟଣ ପକାନ୍ତୁ ଓ ସେଥିରେ କଟା ପିଆଜ ଓ ୭ କୋଲା ରସୁଣ ଦେଇ ହାଲକା ଭାବେ ଭାଜନ୍ତୁ । ୫. ଏବେ ଏଇ ଭଜାରେ ଶୋରିଷ ବଟା ଦିଅନ୍ତୁ ଓ ଭାଜନ୍ତୁ । ଏବେ ଏଥିରେ କଟା ଟମାଟୋ ଦେଇ ସ୍ଵାଦ ଅନୁସାରେ ଲୁଣ, ଅଳ୍ପ ହଳଦି, ଅଳ୍ପ ଲଙ୍କା ଗୁଣ୍ଡ ଦେଇ ଢ଼ାଙ୍କି ଦିଅନ୍ତୁ । ୬. ଏବେ ଢ଼ାଙ୍କୁଣୀ କାଢ଼ି ସେଥିରେ ଚିଙ୍ଗୁଡ଼ି ପକାଇ ଭଲକରି ମିଶାଇ ଦିଅନ୍ତୁ । ୭. ତାପରେ ଏଥିରେ ଗୋଟିଏ କପ ପାଣି ଦିଅନ୍ତୁ । ୮. ପୁଣି ଫୁଟି ଗଲା ପରେ ଏଥିରେ ପୋଈ ପତ୍ରକୁ ଚୁନା ଚୁନା କାଟି ପକେଇ ଦିଅନ୍ତୁ । ୯. ଦୁଇ ମିନିଟ୍ ପରେ ଚୂଲାରୁ ଓହ୍ଲାଇ ଆଣି ଗରମ ଗରମ ପରଶି ଦିଅନ୍ତୁ ପୋଈ ଚିଙ୍ଗୁଡ଼ି ଚୁଡଚୁଡା… । : କଲ୍ୟାଣୀ ସାହୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.