Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପ୍ରଭୁ ଦେବାଙ୍କ ଦ୍ବିତୀୟ ବିବାହ ! ମୁମ୍ବାଇର ଫିଜିଓଥେରାପିଷ୍ଟଙ୍କ ସହ ସିକ୍ରେଟ୍ ମ୍ୟାରେଜ୍,ପ୍ରଥମେ ରାମଲତାଙ୍କୁ ଡିଭୋର୍ସ ତା’ପରେ ନୟନତାରାଙ୍କ ସହ ଥିଲା ଆଫେୟାର୍ସ

20/11/2020 at 4:43 PM

ମୁମ୍ବାଇ ୨୦/୧୧: ଡାନ୍ସର,କୋରିଓଗ୍ରାଫର,ଅଭିନେତା ଏବଂ ଡାଇରେକ୍ଟର ପ୍ରଭୁ ଦେବା ବିବାହ କରି ସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେ ମୁମ୍ବାଇର ଜଣେ ଫିଜିଓଥେରାପିଷ୍ଟଙ୍କ ସହ ବିବାହ ବନ୍ଧନ​‌ରେ ବାନ୍ଧି ହୋଇଛନ୍ତି। ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିଲା ଯେ ପ୍ରଭୁ ଦେବା ନିଜ ଭାଣିଜୀ ଶୋଭାଙ୍କ ସହ ରିଲେସନଶିପରେ ଅଛନ୍ତି ଏବଂ ଦୁହେଁ ବିବାହ କରି ପାରନ୍ତି। କିନ୍ତୁ ଏବେ ଏହା ଗୁଜବ ବୋଲି ପ୍ରମାଣିତ ହୋଇଛି।

ପ୍ରଭୁ ଦେବା କିଛି ଦିନ ତଳେ ପିଠି ଯନ୍ତ୍ରଣାର ଚିକିତ୍ସା କରାଇବା ପାଇଁ ଏହି ଫିଜିଓଥେରାପିଷ୍ଟଙ୍କୁ ଭେଟିଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ ଏବଂ ସେପ୍ଟେମ୍ବର ମାସରେ ପ୍ରଭୁ ଦେବାଙ୍କ ଘରେ ବିବାହ ହୋଇଥିଲା। ଏବେ ସେମାନେ ଚେନ୍ନାଇରେ ଅଛନ୍ତି।

ପ୍ରଭୁ ଦେବା ୧୯୯୫ମସିହାରେ ରାମଲତାଙ୍କୁ ବିବାହ କରିଥିଲେ। ମୁସଲିମରୁ ହିନ୍ଦୁ ହୋଇଥିବା ରାମଲତା କ୍ଲାସିକାଲ୍ ଡାନ୍ସର ଥିଲେ। ବିବାହ ପରେ ପ୍ରଭୁ ଦେବା ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ରିଲେସନଶିପ୍ ଖୁବ୍ ଚର୍ଚ୍ଚାରେ ରହିଥିଲା।

ପ୍ରଭୁ ଦେବା ତାମିଲ ଫିଲ୍ମ ‘ବିଲ୍ଲୁ’ରେ ନୟନତାରାଙ୍କୁ କୋରିଓଗ୍ରାଫ କରିଥିଲେ,ଯେଉଁଦିନଠୁ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ୨୦୧୦ମସିହାରେ ପ୍ରଭୁ ନୟନତାରାଙ୍କ ସହ ରିଲେସନକୁ କନଫର୍ମ କରିଥିଲେ ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ନୟନତାରା ଏବଂ ପ୍ରଭୁଙ୍କ ସମ୍ପର୍କ କଥା ରାମଲତାଙ୍କୁ ଜଣା ପଡ଼ିଯାଇଥିଲା। କୋର୍ଟ କଚେରୀ ଏବଂ ହଇଚଇ ପରେ ୨୦୧୧ମସିହାରେ ରାମଲତା ୧୬ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଥିଲେ। ୨୦୧୨ମସିହାରେ ନୟନତାରା ମଧ୍ୟ ପ୍ରଭୁ ଦେବାଙ୍କ ସହ ବ୍ରେକ୍ଅପ୍ କରି ଦେଇଥିଲେ।

   Related Posts