ଏହି ୩ଜଣ ଅଭିନେତା ଭାରତୀୟ ଫିଲ୍ମ ଜଗତର ସବୁଠୁ ବଡ଼ ଡ୍ୟାନ୍ସର ବୋଲି କହିଲେ ପ୍ରଭୁ ଦେବା

Published By : Prameya-News7 Bureau | September 21, 2019 IST

ମୁମ୍ବାଇ ୨୧/୯: ଯେତେବେଳେ କାହା ମନରେ ନୃତ୍ୟର ବିଚାର ଆସିଥାଏ ସେତେବେଳେ ପ୍ରଭୁ ଦେବାଙ୍କ ନାଁ ମନକୁ ନିଶ୍ଚୟ ଆସିଥାଏ। ପ୍ରଭୁ ଦେବା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଲୋକପ୍ରିୟ ଡ୍ୟାନସର। ଆଜିର ଯୁବପୀଢ଼ି ତାଙ୍କୁ ନିଜର ପ୍ରେରଣା ମାନୁଛନ୍ତି। ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।

{"id":160525,"width":585,"height":338}

ସେ ଜଣେ ଭଲ ଡ୍ୟାନସର ହେବା ବ୍ୟତୀତ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟ। ପ୍ରଭୁ ଦେବା ନିଜ ନୃତ୍ୟ ପାଇଁ ହଜାର ହଜାର ପୁରସ୍କାର ଜିତିଛନ୍ତି।

{"id":160526}

ଫିଲ୍ମର ପ୍ରଚାର ସମୟରେ ପ୍ରଭୁ ଦେବାଙ୍କୁ ଜଣେ ସୋଶିଆଲ ମିଡିଆର ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ‘ସବୁଠୁ ଭଲ ଡ୍ୟାନ୍ସ କରୁଥିବା ଅଭିନେତା କିଏ?’ ଏହା ପରେ ପ୍ରଭୁ ଦେବାଙ୍କ ଉତ୍ତର ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା। ସେ ସର୍ବ ପ୍ରଥମେ ଅଭିନେତା ହ୍ରିତିକ୍ ରୋଶନଙ୍କ ନାଁ କହିଥିଲେ।

{"id":160527}

ଏହା ବ୍ୟତୀତ ତାଙ୍କୁ ଯୁବ ଅଭିନେତା ଟାଇଗର ଶ୍ରଫ ମଧ୍ୟ ପସନ୍ଦ ବୋଲି କହିଥିଲେ ସେ।

{"id":160528,"width":591,"height":272}

ଏହା ପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ‘ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କୌଣସି ଅଭିନେତା ନାହାନ୍ତି କି?’ତା’ପରେ ପ୍ରଭୁ ତୁରନ୍ତ ଆଲ୍ଲୁ ଅର୍ଜ୍ଜୁନଙ୍କ ନାଁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.