Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ପ୍ରବୀଣ କୁମାର, ହାଇ ଜମ୍ପରେ ରୌପ୍ୟ ପଦକ ହାସଲ

3/09/2021 at 9:13 AM

ଜାପାନ ୦୩/୦୯ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକ୍ସରେ ହାଇ ଜମ୍ପରେ ଭାରତ ୪ଟି ପଦକ ପାଇଛି ।

ଏହାପୂର୍ବରୁ ଭାରତର ମାରିଆପାନ୍ ଥାଙ୍ଗାଭେଲୁ T-63 ଇଭେଣ୍ଟରେ ରୌପ୍ୟ ପଦକ, ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଥିବାବେଳେ ନିଶାଦ କୁମାର T-47 ରେ ଏସୀୟ ରେକର୍ଡ ସହ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି । ଗ୍ରେଟ୍ ବ୍ରିଟେନର ଜୋନାଥନ୍ ବ୍ରୁମ୍-ଏଡୱାର୍ଡସ୍ ୨.୧୦ମିଟର ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୋଲାଣ୍ଡର ମ୍ୟାକିଜ୍ ଲେପିଆଟୋ ୨.୦୪ମିଟର ପ୍ରୟାସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣଙ୍କୁ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପଦକ ଜିତିବାରେ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ‘ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ କୁମାରଙ୍କ ଗର୍ବ । ଏହି ପଦକ ହେଉଛି ତାଙ୍କର କଠିନ ପରିଶ୍ରମ ଏବଂ ଅନନ୍ୟ ଉତ୍ସର୍ଗର ଫଳାଫଳ । ତାଙ୍କୁ ଅଭିନନ୍ଦନ, ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।

   Related Posts