Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଶ୍ନ ପଚାରିବୁ : ପ୍ରଭାତୀ ପରିଡା

ଭୁବନେଶ୍ବର ୩।୧୨: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜିଲା ରାଜନୀତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବ ବିଜେପି ମହିଳା ମୋର୍ଚ୍ଚା । ମହିଳା ଦୁଷ୍କର୍ମକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ଆମେ ରାଜନୀତି କରୁନୁ ।

କିନ୍ତୁ ରାଇରଙ୍ଗପୁର ଘଟଣା ପରେ ଏବେ ପୁରୀରେ ପୋଲିସ ନାଁରେ ଅଭିଯୋଗ ହୋଇଛି । ଯଦି ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁହଁ ଖୋଲିବୁନି ତେବେ କ’ଣ କରିବୁ ? ରକ୍ଷକ କାହିଁକି ରାକ୍ଷସ ହେଲେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ । ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ନହେଲେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଶ୍ନ ପଚାରିବୁ ।

115 Views

   ସମ୍ବନ୍ଧିତ ଖବର