ଲୁଚିବ କି ଚିଟ୍‌ଫଣ୍ଡ କଳଙ୍କ ! ଏଥର ବାଙ୍କୀ ଓ ଚୌଦ୍ବାର-କଟକରେ ପୁଅ ପାଇଁ ଭୋଟ୍ ମାଗିବେ ବାପା

Published By : Prameya-News7 Bureau | March 28, 2019 IST

କଟକ ୨୮|୩ : କଟକ ଜିଲ୍ଲାରେ ଦୁଇ ବିଧାୟକଙ୍କ ପୁଅଙ୍କୁ ବିଜେଡି ଟିକେଟ୍‌ ପରେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ ଚିଟ୍‌ଫଣ୍ଡ କେଳେଙ୍କାରୀରେ ଫସିଥିବା ବେଳେ ପାର୍ଟି ଟିକେଟ୍‌ ଦେବନି ବୋଲି ସଂକେତ ପାଇସାରିଥିଲେ । ସେଥିପାଇଁ ନିଜ ନିଜ ପୁଅଙ୍କୁ ପ୍ରୋଜେକ୍ଟ କରି ଟିକେଟ୍‌ ଲବିକୁ ଜୋର୍‌ଦାର କରିଥିଲେ । ଯେଉଁଥିରେ ସେମାନେ ସଫଳ ହୋଇଛନ୍ତି । ଆଉ ଦୁଇ ନେତାଙ୍କ ପୁଅଙ୍କୁ ମିଳିଛି ଦଳୀୟ ଟିକେଟ୍‌ । ହେଲେ ଚିଟ୍‌ଫଣ୍ଡ କେଳେଙ୍କାରୀ ଟ୍ୟାଗ୍‌ ଲାଗିଥିବା ଏହି ଦୁଇ ନେତାଙ୍କ ପୁଅଙ୍କ ପ୍ରାର୍ଥୀତ୍ବକୁ କେମିତି ଗ୍ରହଣ କରିବେ ସ୍ଥାନୀୟ ଭୋଟର ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":97783}

ନିର୍ବାଚନ ଲଢ଼ିବେନି । ହେଲେ ପ୍ରଚାର କରିବେ । ପୂର୍ବରୁ ନିଜ ପାଇଁ ଭୋଟ୍‌ ମାଗୁଥିବା ନେତା ଏଥର ପୁଅ ପାଇଁ ଭୋଟ୍‌ ମାଗିବେ । ଏଭଳି ଚିତ୍ର ଏବେ ଦେଖିବାକୁ ମିଳିବ କଟକ ଜିଲ୍ଲା ବାଙ୍କୀ ଆଉ ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀରେ । କାହିଁକି ନା’ ଚିଟ୍‌ଫଣ୍ଡ କେଳେଙ୍କାରୀ ଟ୍ୟାଗ୍‌ ଯୋଗୁଁ ଦଳୀୟ ଟିକେଟ୍‌ରୁ ବଂଚିତ ହୋଇଥିବା ବିଜେଡିର ଦୁଇ ବିଧାୟକ ପ୍ରଭାତ ତ୍ରିପାଠୀ ଆଉ ପ୍ରଭାତ ବିଶ୍ବାଳ ନିଜ ନିଜ ପୁଅଙ୍କ ପାଇଁ ଟିକେଟ୍‌ ନେବାରେ ସଫଳ ହୋଇଛନ୍ତି । ହେଲେ ଦିନେକାଳେ ସ୍ଥାନୀୟ ରାଜନୀତିରେ ସକ୍ରିୟ ନଥିବା ଏହି ଦୁଇ ପ୍ରାର୍ଥୀଙ୍କୁ ନେଇ ଏବେ ସ୍ଥାନୀୟ ଭୋଟର ଦୋ-ଛକିରେ । ସେପଟେ ଏଭଳି ବାପପୁଅ ରାଜନୀତିକୁ ନେଇ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି ଦଳୀୟ କର୍ମୀ ।

{"id":97784}

୧୫ ବର୍ଷ ବିଧାୟକ ରହିବା ପରେ ମଧ୍ୟ ପ୍ରଭାତ ବିଶ୍ବାଳଙ୍କ ଗାଦି ମୋହ ଛାଡ଼ିନି । ନିଜେ ନହେଲେ ନାହିଁ ନିଜ ପୁଅକୁ ଠିଆ କରି କ୍ଷମତା ଡୋର ନିଜ ହାତ ମୁଠାରେ ରଖିବାକୁ ଚାହିଁଛନ୍ତି । ଆଉ ନିଜ ପାଇଁ ନୁହେଁ ପୁଅ ପାଇଁ ଭୋଟ୍‌ ମାଗିବାକୁ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ବାପାଙ୍କ ଆସନରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିଥିବାରୁ ଉତ୍ସାହିତ ଅଛନ୍ତି ବିଜେଡିର ଦୁଇ ନୂଆ ପ୍ରାର୍ଥୀ ସୌଭିକ୍‌ ବିଶ୍ବାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀ । 

{"id":97785,"width":572,"height":710}

ସେପଟେ ଦଳରେ ଏଭଳି ଭାବେ ପରିବାରବାଦକୁ ପ୍ରୋତ୍ସାହନକୁ ସହଜରେ ଗ୍ରହଣ କରିବା ମୁଡରେ ନାହାନ୍ତି ସ୍ଥାନୀୟ ବିଜେଡି କର୍ମୀ । ତେଣୁ ବିଭିନ୍ନ ସ୍ଥାନରେ ଅସନ୍ତୁଷ୍ଟଙ୍କ ମେଳି, ନୀରବ ବିଦ୍ରୋହର ଆଶଙ୍କାକୁ ବଳ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.