ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ବିଧାୟକ ପ୍ରଭାତ ବିଶ୍ୱାଳ

Published By : Prameya-News7 Bureau | July 07, 2018 IST

ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ବିଧାୟକ ପ୍ରଭାତ ବିଶ୍ୱାଳ । ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି । ପ୍ରଭାତଙ୍କୁ ତାଙ୍କ ପରିବାର ଲୋକେ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନେବ । ତେବେ ଦିଲ୍ଲୀ ଯିବା ପୂର୍ବରୁ ପ୍ରଥମେ ଘରକୁ ଯାଇଛନ୍ତି । ବାପା ମାଙ୍କୁ ଦେଖା କରିବେ କଟକ- ଚୌଦ୍ବାର ବିଧାୟକ । ଏହାପରେ ହାଇକୋର୍ଟଙ୍କ ଅନୁମତି ମିଳିବା ପରେ ବିମାନ ଯୋଗେ ସେ ଦିଲ୍ଲୀ ଏମ୍ସ ଯିବେ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ୨୦୧୭ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ । ଅସୁସ୍ଥତା ଯୋଗୁଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ୧୯ ଅକ୍ଟୋବର ୨୦୧୭ରେ SCBକୁ ସ୍ଥାନାନ୍ତର କରାଯାଇଥିଲା । ଗତ ଜୁନ୍ ୨୬ ତାରିଖରେ ପ୍ରଭାତଙ୍କୁ ନିୟମିତ ଜାମିନ୍ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.