Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ନିର୍ବାଚନ ଲଢିବେନାହିଁ କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ

27/03/2019 at 11:58 AM

କଟକ ୨୭|୩ : ନିର୍ବାଚନ ନଲଢିବା ନେଇ କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ଘୋଷଣା କରିଛନ୍ତି। ଚିଟଫଣ୍ଡ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବା କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। କୋର୍ଟରେ ଦୋଷମୁକ୍ତ ନହେବା ଯାଏଁ ସେ ଲଢିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ତେବେ କଟକ-ଚୌଦ୍ବାର ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ବୋଲି ସେ କହିଛନ୍ତି। ଏନେଇ ସେ ବିଜେଡି ସଭାପତିଙ୍କୁ ଚିଠି ଲେଖିଛନ୍ତି।  ନିର୍ବାଚନ ନଲଢିଲେ ମଧ୍ୟ ପ୍ରଭାତ ଦଳ ପାଇଁ ପ୍ରଚାର କରିବେ।

ସୂଚନାଯୋଗ୍ୟ ଯେ, ସିସୋର ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ବାଳଙ୍କୁ ଜେଲ୍ ଯିବାକୁ ପଡିଥିଲା । ପରେ ସେ ଜାମିନରେ ଆସିଥିଲେ । ତେବେ ଚିଟଫଣ୍ଡ ମାମଲା ଯୋଗୁଁ ଦଳ କୌଣସି ମତେ ପ୍ରଭାବିତ ନହେଉ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଛନ୍ତି ପ୍ରଭାତ । ଏହି ଆସନରେ ବିଜେଡିର ଦବଦବା ରହିଛି । ତେବେ ପ୍ରଭାତ ବିଶ୍ବାଳଙ୍କ ସ୍ଥାନରେ ତାଙ୍କ ପୁଅ ନିର୍ବାଚନ ଲଢିପାରନ୍ତି ବୋଲି କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

   Related Posts