ଫିଲ୍ମ ରିଲିଜ୍ ହେବା ପୂର୍ବ ଦିନ ଏହି କାମ କରିବାକୁ ଚେଷ୍ଟା କରନ୍ତି ରିବେଲ ଷ୍ଟାର ପ୍ରଭାସ

Published By : Prameya-News7 Bureau | August 25, 2019 IST

ମୁମ୍ବାଇ୨୫|୮: ସାଉଥ ଅଭିନେତା ପ୍ରଭାସଙ୍କର ସମଗ୍ର ବିଶ୍ବରେ ଅଗଣିତ ଫ୍ୟାନ୍ସ ଅଛନ୍ତି।'ବାହୁବଳୀ' ଚଳଚ୍ଚିତ୍ର ପରେ ଏବେ 'ସାହୋ' ମାଧ୍ୟମରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି ପ୍ରଭାସ । ‘ବାହୁବଳୀ’ ଷ୍ଟାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋ ଚଳିତ ମାସ ୩୦ ତାରିଖରେ ରିଲିଜ ହେବାକୁ ଯାଉଛି।ଫିଲ୍ମକୁ ଶେଷ କରିବା ପାଇଁ ୫ବର୍ଷ ସମୟ ଲାଗିଥିଲା।ଫିଲ୍ମ ‘ସାହୋ’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।

{"id":148498}

ପାଓ୍ବାର ପ୍ୟାକ୍‌ଡ ଆକ୍ସନ ଫିଲ୍ମ ‘ସାହୋ’ରେ ପ୍ରଭାସଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ। ଫିଲ୍ମ ପାଇଁ ଅନେକ ପରିଶ୍ରମ କରାଯାଇଛି ବୋଲି ଏକ ସାକ୍ଷାତକରରେ ପ୍ରଭାସ ଓ ଶ୍ରଦ୍ଧା କହିଛନ୍ତି। ଏଥିପାଇଁ ଚଳଚ୍ଚିତ୍ରକୁ  ସଫଳ କରିବା ପାଇଁ ଫିଲ୍ମ ନିର୍ମାତା ଅନେକ ଚେଷ୍ଟା ଚଲାଇଛନ୍ତି ।ଏହା ସହ ଫିଲ୍ମର ଷ୍ଟାର କାଷ୍ଟ ବିଭିନ୍ନ ରିୟାଲିଟି ସୋ'କୁ ଯାଇ ଫିଲ୍ମର ପ୍ରମୋସନ କରୁଛନ୍ତି।

{"id":148500}

ତେବେ ଫିଲ୍ମ 'ସାହୋ' ରିଲିଜ୍‌ ହେବା ପୂର୍ବରୁ ବେଶ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲର, ଗୀତକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ପ୍ରଭାସ ଓ ଶ୍ରଦ୍ଧା ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।  ତେବେ ଫିଲ୍ମ ପ୍ରମୋସନ ପାଇଁ “କପିଲ ଶର୍ମା ସୋ” ରେ ପହଞ୍ଚିଥିଲେ ପ୍ରଭାସ । ସେଠାରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ରାଜ୍‌ ଖୋଲିଥିଲେ।ପ୍ରଶଂସକ ମାନେ ପ୍ରଭାସଙ୍କ ବିଷୟରେ ଜାଣିବା ପାଇଁ ଖୁବ ଉତ୍ସୁକ ଥାନ୍ତି ।

{"id":148501}

ଏହି ସୋ'ରେ ଫିଲ୍ମ ରିଲିଜ୍‌ର ପୂର୍ବ ଦିନ ପ୍ରଭାସ କ'ଣ କରନ୍ତି ତାହା ଜଣାଇଥିଲେ । ଫିଲ୍ମ ପରଦାକୁ ଆସିବା ପୂର୍ବରୁ ପ୍ରଭାସ ଅଧିକ ଶୋଇବା ପାଇଁ ଚେଷ୍ଟା କରଥାନ୍ତି । କିନ୍ତୁ ଫିଲ୍ମ ରିଲିଜ୍‌କୁ ନେଇ ଚାପ ଥିବାରୁ ସେ ଶୋଇପାରନ୍ତି ନାହିଁ। ଅପରପକ୍ଷରେ କପିଲ୍‌ ଶ୍ରଦ୍ଧାଙ୍କୁ ପ୍ରଶ୍ନ କରିଥିବା ବେଳେ ସେ ଫିଲ୍ମର ପୂର୍ବ ଦିନ ବଦ୍‌ହଜମି ସମସ୍ୟାରେ ପୀଡ଼ିତ ହୁଅନ୍ତି ବୋଲି କହିଥିଲେ । ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ  ଜ୍ୟାକି ଶ୍ରଫ, ନୀଲ୍‌ ନୀତୀଶ୍‌ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମଞ୍ଜରେକର୍‌, ଅର୍ଜୁନ ବିଜୟ ଓ ମୁରଲୀ ଶର୍ମା ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.