ଏହି ବଲିଉଡ ଅଭିନେତ୍ରୀଙ୍କୁ ପସନ୍ଦ କରନ୍ତି ପ୍ରଭାସ

Published By : Prameya-News7 Bureau | August 30, 2019 IST

ମୁମ୍ବାଇ୩୦|୮: 'ବାହୁବଳୀ' ଷ୍ଟାର ପ୍ରଭାସ ଓ ଶ୍ରଦ୍ଧାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ସାହୋ ଅଗଷ୍ଟ ୩୦ ଅର୍ଥାତ ଆଜି ରିଲିଜ ହୋଇଛି।ବାହୁବଳୀ ପରେ ଏବେ ପୁଣି ଥରେ ବଲିଉଡରେ ପ୍ରଭାସଙ୍କ ଜଲୱା ଦେଖିବାକୁ ମିଳିବ । ଏହି ଫିଲ୍ମ ରିଲିଜକୁ ନେଇ ଦର୍ଶକ ଉତ୍ସାହିତ ଥିଲେ। ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ଖୁବ୍‌ ଜମିଛି। ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର, ଚଙ୍କି ପାଣ୍ଡେ, ନୀଲ ନୀତିନ ମୁକେଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

{"id":150806}

ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ଶ୍ରଦ୍ଧା ଓ ପ୍ରଭାସ “ଦ କପିଲ ଶର୍ମା ସୋ”ରେ ପହଞ୍ଚିଥିଲେ। ଏହି ସୋ'ରେ କପିଲ ପ୍ରଭାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେବଳ ସେତିକି ନୁହେଁ ସୋ'ରେ ଅର୍ଚ୍ଚନା ପୂରଣ ସିଂହ ମଧ୍ୟ ପ୍ରଭାସଙ୍କୁ ପ୍ରଶ୍ନ ପଚାରିଥିଲେ। ପ୍ରଭାସ ବଲିଉଡ ଫିଲ୍ମ ଦେଖନ୍ତି କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚାରିଥିଲେ ଅର୍ଚ୍ଚନା। ଏହା ଉତ୍ତରରେ ପ୍ରଭାସ ହଁ କହିଥିଲେ। ଏହା ପରେ ବଲିଉଡରେ ପ୍ରଭାସଙ୍କର ଫେଭରେଟ୍‌ ଫିଲ୍ମ ବିଷୟରେ ଅର୍ଚ୍ଚନା ପଚାରିଥିଲେ। ପ୍ରଭାସଙ୍କର ଉତ୍ତର ଥିଲା ଫିଲ୍ମ 'ସୋଲେ' ଓ 'ଦଙ୍ଗଲ'।

{"id":150807}

ଏହି ସୋରେ ପ୍ରଭାସଙ୍କୁ ତାଙ୍କ ଫେଭରେଟ୍‌ ବଲିଉଡ ଅଭିନେତ୍ରୀ କିଏ ବୋଲି ମଧ୍ୟ ପଚରା ଯାଇଥିଲା। ବଲିଉଡରେ ପ୍ରଭାସଙ୍କୁ ଦୀପିକା ପାଦୁକୋଣ ଓ ଆଲିୟା ଭଟ୍ଟ ପସନ୍ଦ ବୋଲି ସେ କହିଥିଲେ ।ଉଭୟ ଅଭିନେତ୍ରୀଙ୍କ ଅଭିନୟର ପ୍ରଭାସ ବହୁତ ବଡ ଫ୍ୟାନ୍‌। ଅପରପକ୍ଷରେ ସଲମାନ ଖାନ ଓ ଶାହରୁଖ ତାଙ୍କ ଫେଭରେଟ ହିରୋ ବୋଲି ପ୍ରଭାସ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.