ଖୁବ ଶୀଘ୍ର ବଜାରକୁ ଆସୁଛି ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ କାର୍: ସିଙ୍ଗଲ୍ ଚାର୍ଜରେ ଚାଲିବ ୫୦୪ କିଲୋମିଟର୍

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ଭାରତୀୟ ବଜାରରେ ଇଲେକ୍ଟ୍ରି କାରର ଚାହିଦା ବହୁତ ବଢୁଛି। ଯାହାଫଳରେ ସ୍ଥାନୀୟ ବାହନ ନିର୍ମାତା କମ୍ପାନୀ ଇଲେକ୍ଟ୍ରି କାର ତିଆରି କରିବାକୁ ମନ ବଳାଉଛନ୍ତି। ଏହି କ୍ରମରେ ଦେଶର ଆଉ ଏକ ଇଲେକ୍ଟ୍ରିକ ବାହନ ନିର୍ମାତା କମ୍ପାନୀ Pravaig Extinction ଇଲେକ୍ଟ୍ରି କାର Mk1 ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି। ସୂଚନା ଅନୁଯାୟୀ କମ୍ପାନୀ ଆଗାମୀ ବର୍ଷ ସୁଦ୍ଧା ଏହି କାର ବଜାରକୁ ଛାଡିପାରେ। 

ନିକଟରେ କମ୍ପାନୀ ଏହି କାର ଉପରେ ପରଦା ଉଠେଇଛି। ଏହି କାର ପ୍ରଥମେ ଫ୍ଲିଟ୍ ଅପରେଟର୍ସଙ୍କ ପାଇଁ ଉପଲବ୍ଧ ହେବ। କମ୍ପାନୀ ସର୍ବ ପ୍ରଥମେ ଦିଲ୍ଲୀ ଓ ବେଙ୍ଗାଲୁରୁରେ ଲଞ୍ଚ କରିବ। ଏହାପରେ ଗ୍ରାହକଙ୍କ ପ୍ରତିକ୍ରିୟା ଦେଖିବା ପରେ ଦେଶର ଅନ୍ୟ ସହରମାନଙ୍କରେ ଲଞ୍ଚ କରିବ।

{"id":374636,"sizeSlug":"large"}

ରିପୋର୍ଟ ଅନୁସାରେ, ଦୁଇଟି ଡୋର ବିଶିଷ୍ଟ ଏହି କୁପେ କାରରେ କମ୍ପାନୀ ୪ଟି ସିଟ ବିକଳ୍ପ ଦେଇଛି। ଯଦି ଉତ୍ପାଦନ କଥା ଦେଖାଯାଏ ତାହେଲେ କମ୍ପାନୀ ପ୍ରତିବର୍ଷ ୨୫୦୦ କାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

କମ୍ପାନୀ ଦାବି କରିଛି ଯେ ଏହି କାର୍ ଥରେ ଚାର୍ଜ କଲେ ୫୦୪ କିଲୋମିଟର୍ ଯାଇପାରିବ। ଏହି ଇଲେକ୍ଟ୍ରିକ୍ କାର୍ ୩୦ ମିନିଟରେ ୮୦ ପ୍ରତିଶତ ଯାଏଁ ଚାର୍ଜ ହୋଇଯିବ। ଏହି କାରରେ ଯେଉଁ ଇଲେକ୍ଟ୍ରିକ୍ ମୋଟର୍ ପ୍ରୟୋଗ କରାଯାଇଛି ତାହା 202 hp ପାୱାର୍ ବିଶିଷ୍ଟ ଏବଂ 2,400 Nm ଟର୍କ ଜେନେରେଟ କରିଥାଏ। ପିକଅପ୍ ଓ ସ୍ପିଡ୍ ମାମଲାରେ ମଧ୍ୟ ଏଜ କାର୍ ଉତ୍ତମ। କମ୍ପାନୀ ଦାବି କରିଛି ଯେ ଏହି କାର ୫.୪ ସେକେଣ୍ଡରେ ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର୍ ସ୍ପିଡ଼ରେ ଯାଇପାରିବ। ଏହି କାରର ସର୍ବାଧିକ ସ୍ପିଡ୍ ଘଣ୍ଟା ପ୍ରତି ୧୯୬ କିଲୋମିଟର।

{"id":374637,"sizeSlug":"large"}

Pravaig ର ଏହି ନୂଆ ଇଲେକ୍ଟ୍ରିକ୍ କାର୍ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ। ବଜାରରେ ଲଞ୍ଚ ହେବାପରେ ଏହି କାର୍ ମୁଖ୍ୟତଃ ଦକ୍ଷିଣ କୋରିଆର ପ୍ରମୁଖ ବାହନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ କାର୍ କୋନା ଓ ଏମଜି ମୋଟର୍ସ ଜେଡଏସ୍ ସହ ପ୍ରତିଦ୍ବନ୍ଦିତା କରିବ। Hyundai Kona ସିଙ୍ଗଲ୍ ଚାର୍ଜରେ ୪୫୨ କିଲୋମିଟର ଓ MG ZS ସିଙ୍ଗଲ ଚାର୍ଜରେ ୩୪୦ କିଲୋମିଟର ଡ୍ରାଇଭ୍ ରେଞ୍ଜ ପ୍ରଦାନ କରିଥାଏ। ଏହି କାରକୁ କମ୍ପାନୀ ଅତ୍ୟନ୍ତ ଫ୍ୟୁଚରଷ୍ଟିକ୍ ଡିଜାଇନ୍ ଦେଇଛି। ଏହି କାରକୁ ଭାରତର ଟେସ୍ଲା ମଧ୍ୟ କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.