ପଦ୍ମ ଧରିଲେ ପ୍ରତ୍ୟୁଷା ରାଜେଶ୍ବରୀ ; କହିଲେ ବିଜେଡିଠୁ ନେବେ ପ୍ରତିଶୋଧ, କନ୍ଧମାଳରୁ ଲଢିବା ସମ୍ଭାବନା

Published By : Prameya-News7 Bureau | March 23, 2019 IST

ଭୁବନେଶ୍ବର ୨୩|୩ : ବିଜେପିରେ ଯୋଗଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ବିଜେପି କାର୍ଯ୍ୟାଳୟରେ ତାଲା ପଡିଥିବାରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପିରେ ଯୋଗଦେବା ପରେ ପ୍ରତ୍ୟୁଷାଙ୍କୁ ବିଜେପି କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି ।

{"id":95954,"width":578,"height":437}

ବିଜେପିରେ ଯୋଗଦେବା ପରେ ପ୍ରତ୍ୟୁଷା ବିଜେଡି ଉପରେ ବର୍ଷିଛନ୍ତି । ସାଂସଦ ଥାଇ ମଧ୍ୟ ତାଙ୍କୁ ବିଜେଡିରୁ ଟିକେଟ୍ ଦିଆନଯିବା ଷଡଯନ୍ତ୍ର ଓ ତାଙ୍କ ସ୍ବର୍ଗତ ସ୍ବାମୀଙ୍କ ପ୍ରତି ଅପମାନ ବୋଲି ପ୍ରତ୍ୟୁଷା କହିଛନ୍ତି । କେବଳ ସେତିକି ନୁହେଁ ଏହା ନୟାଗଡବାସୀଙ୍କ ପାଇଁ ମଧ୍ୟ ଧୋକା ବୋଲି ପ୍ରତ୍ୟୁଷା ସୂଚନା ଦେଇଛନ୍ତି । ତେବେ ବିଜେଡିଠାରୁ ସେ ଏହାର ପ୍ରତିଶୋଧ ନେବେ ବୋଲି ପ୍ରତ୍ୟୁଷା କହିଛନ୍ତି ।

{"id":95953,"width":576,"height":435}

ଟିକେଟ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା । ପ୍ରତ୍ୟୁଷା କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ପ୍ରତ୍ୟୁଷା । ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିବା ପୂର୍ବରୁ ପ୍ରକାଶ କରିଥିଲେ । ମାତ୍ର ଏସବୁ ଚର୍ଚ୍ଚାର ଅନ୍ତ ଘଟାଇ ସେ ଆଜି ବିଜେପିରେ ଯୋଗଦେଇଛନ୍ତି ।

{"id":95952}

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ କନ୍ଧମାଳର ବିଜେଡି ସାଂସଦ ଥିବା ସ୍ବାମୀ ହେମେନ୍ଦ୍ର ନାରାୟଣ ସିଂହଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ପ୍ରତ୍ୟୁଷା ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । ଚଳିତଥର କିନ୍ତୁ ପ୍ରତ୍ୟୁଷାଙ୍କୁ ବିଜେଡି କନ୍ଧମାଳ ଲୋକସଭା ପ୍ରାର୍ଥୀ କରିନଥିଲା । କନ୍ଧମାଳରୁ ବିଜେଡି ରାଜ୍ୟସଭା ସାଂସଦ ଅତ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । ଏହାପରେ ନୟାଗଡ ବିଧାନସଭା ଆସନରୁ ଟିକଟ ଦେବା ପାଇଁ ବିଜେଡି ହାଇକମାଣ୍ଡ ନବୀନଙ୍କୁ ପ୍ରତ୍ୟୁଷା ଅନୁରୋଧ କରିଥିଲେ । କିନ୍ତୁ ପ୍ରତ୍ୟୁଷାଙ୍କୁ ଗ୍ରୀନ୍ ସିଗନାଲ ଦେଇନଥିଲେ ନବୀନ । ଏଥିରେ କ୍ଷୁବ୍ଧ ହୋଇ ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫାରେ ସେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ କନ୍ଧମାଳ ପର୍ଯ୍ୟବେକ୍ଷକ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ବିଷୋଦଗାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.