Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ନୟାଗଡ ଜିଲ୍ଲାରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଅରୁଣ ସାହୁଙ୍କ ସହମତିକୁ ଅପେକ୍ଷା

18/03/2019 at 6:16 PM

ଭୁବନେଶ୍ବର ୧୮|୩ : ଚଳିତ ସାଧରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ  ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ଟିକଟ ଘୋଷଣା କରିଛନ୍ତି ନବୀନ ।

ତେବେ କନ୍ଧମାଳ ଆସନରୁ ଅତ୍ୟୁତ ସାମନ୍ତଙ୍କୁ ଚଳିତଥର ଲୋକସଭା ପ୍ରାର୍ଥୀ କରିଛି ବିଜେଡି । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେସ୍ବରୀ ସିଂଙ୍କୁ ବାଦ୍ ଦେଇ ଦଳ ଅତ୍ୟୁତଙ୍କୁ ପ୍ରାର୍ଥୀ କରିଥିବାରୁ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଲାଣି । ପ୍ରତ୍ୟୁଷା ନୟାଗଡ ବା ରଣପୁର ଆସନରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଦୁଇ ଦିନ ତଳେ ପ୍ରତ୍ୟୁଷା ଏବଂ ଅରୁଣଙ୍କୁ ନବୀନ ନିବାସରୁ ଡକରା ଆସିଥିଲା । ନବୀନ ନିବାସରୁ ବାହାରିବା ପରେ ପ୍ରତ୍ୟୁଷା କହିଥିଲେ ଯେ, ସେ ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ଥିବା ଦଳର ସୁପ୍ରିମୋଙ୍କୁ ଜଣାଇଦେଇଆସିଛନ୍ତି । ପ୍ରତ୍ୟୁଷା ନୟାଗଡ ଆସନ ଉପରେ ନଜର ପକାଇଥିବା ଆଲୋଚନା ହେଉଛି । ତେବେ ନୟାଗଡ ନିର୍ବାଚନ ମଣ୍ଡଳୀରେ ଅରୁଣ ସାହୁ ଦୀର୍ଘଦିନ ହେଲା ସଂଗଠନ କରିଆସୁଥିବାରୁ ସେଠାରେ ଅରୁଣଙ୍କୁ ହଟାଇ ପ୍ରତ୍ୟୁଷାଙ୍କୁ ଟିକଟ ଦେବା ପାଇଁ ଦଳ କେବେ ଚାହିଁବନାହିଁ । ତେବେ ରଣପୁର ନିର୍ବାଚନମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ । ଏବେ ରବିନାରାୟଣ ମହାପାତ୍ର ରଣପୁର ବିଧାୟକ ଅଛନ୍ତି । ବିଜୟ ସମ୍ଭାବନା ଆଳ ଦେଖାଇ ତାଙ୍କ ଟିକଟ କାଟି ଦିଆଯାଇପାରେ । ତେବେ ଅରୁଣ ସାହୁଙ୍କ ପରାମର୍ଶ ଉପରେ ସମସ୍ତ ଘଟଣା ନିର୍ଭର କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ୨୦୧୪ରେ ବିଜେଡି ଦଳରୁ ଟିକେଟ୍ ପାଇ ଉପନିର୍ବାଚନ ଲଢି କନ୍ଧମାଳ ଆସନରୁ ବିଜୟୀ ହୋଇଥିଲେ ସାଂସଦ ପ୍ରତ୍ୟୁଷା ରାଜେଶ୍ରୀ ସିଂ । ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ରୁଦ୍ର ମାଧବ ରାୟଙ୍କୁ ୨୯୮୮୬୮ ଭୋଟ୍ ରେ ପରାଜିତ କରିଥିଲେ ।

   Related Posts