କାହିଁକି ଆତ୍ମହତ୍ୟା କରିଥିଲେ ପ୍ରତ୍ୟୁଷା ? ରହସ୍ୟ ଖୋଲିନି,୪ବର୍ଷ ହେଲାଣି ନ୍ୟାୟ ଅପେକ୍ଷାରେ ପରିବାର

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୮: ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସବୁ ଆଡ଼େ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ବିବାଦ ବଢ଼ୁଥିବା ନଜର ଆସୁଛି। ଏହା ବ୍ୟତୀତ ଗତ କିଛି ଦିନରୁ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରୁ ଅନେକ ଆତ୍ମହତ୍ୟାର ମାମଲା ସାମନାକୁ ଆସୁଛି। କିନ୍ତୁ ସୁଶାନ୍ତ ମାମଲା ଭଳି ବହୁତ କମ୍ ମାମଲା ଏପରି ରହିଛି ଯାହାକୁ ନେଇ ଏତେ ହାଇପ୍ କ୍ରିଏଟ ହୋଇଛି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଟିଭି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟା ମାମଲା।

{"id":312516,"sizeSlug":"large"}

ବାଲିକା ବଧୂରେ ଆନନ୍ଦି ଭୂମିକା​‌ରେ ଅଭିନୟ କରୁଥିବା ପ୍ରତ୍ୟୁଷା ବାନାର୍ଜୀଙ୍କୁ ଭଲା କିଏ ଭୁଲି ପାରିବ। ତାଙ୍କ ସୁନ୍ଦର ହସକୁ ବି କିଏ ଭୁଲି ପାରିବ। ସେହି ମୁହୂର୍ତ୍ତକୁ କିଏ ଭୁଲି ପାରିବ ଯେତେବେଳେ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସିଥିଲା ଏବଂ ସମସ୍ତଙ୍କୁ ଚମକାଇ ଦେଇଥିଲା। ସୁଶାନ୍ତଙ୍କ ଭଳି ପ୍ରତ୍ୟୁଷାଙ୍କ ପରଲୋକର ରହସ୍ୟ ମଧ୍ୟ ଏଯାଏଁ ସମାଧାନ ହୋଇ ପାରିନାହିଁ।

{"id":312525,"sizeSlug":"large"}

ପ୍ରତ୍ୟୁଷା ବାନାର୍ଜୀଙ୍କ ଜନ୍ମ ଝାଡ଼ଖଣ୍ଡର ଜାମଶେଦପୁରରେ ୧୯୯୧ମସିହା ଅଗଷ୍ଟ ୧୦ତାରିଖରେ ହୋଇଥିଲା। ପ୍ରତ୍ୟୁଷା ନିଜ କ୍ୟାରିୟର ୨୦୧୦ମସିହା ମସିହାରେ ରକ୍ତ ସମ୍ବନ୍ଧରୁ ଆରମ୍ଭ କରିଥିଲେ। ତାଙ୍କୁ ଲୋକପ୍ରିୟତା ମିଳିଥିଲା ସୁପରହିଟ୍ ଟିଭି ଧାରାବାହିକ ବାଲିକା ବଧୂରୁ। ଏହା ପରେ ସେ ଝଲକ ଦିଖଲା ଜା,ବିଗ୍ ବସ୍ ୭,କମେଡ଼ି କ୍ଲାସେସ ଏବଂ ଶଶୁରାଲ୍ ସିମର କା ଭଳି ଧାରାବାହିକରେ ନଜର ଆସିଥିଲେ। ତାଙ୍କ ପ୍ରଫେସନାଲ୍ କ୍ୟାରିୟର ଠିକ୍ ଚାଲୁଥିଲା।

{"id":312534,"sizeSlug":"large"}

କିନ୍ତୁ ହଠାତ୍ ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ୨୦୧୬ମସିହା ଅପ୍ରେଲ୍ ୧ତାରିଖରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। କିନ୍ତୁ ପ୍ରତ୍ୟୁଷାଙ୍କ ପରିବାର ତାଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ଏବଂ ଏହାକୁ ନେଇ ତାଙ୍କ ପରିବାର ଗତ ୪ବର୍ଷରୁ ନ୍ୟାୟର ଆଶା ଲଗାଇ ବସିଛନ୍ତି।

{"id":312527,"sizeSlug":"large"}

କିଛି ମାସ ତଳେ ପ୍ରତ୍ୟୁଷାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଥିଲା। ତାଙ୍କ ବାପା ମାଆ ଆଜି ବି କାନ୍ଦିବାଲିରେ ରୁହନ୍ତି ଏବଂ ନ୍ୟାୟ ଆଶା କରୁଛନ୍ତି। ତାଙ୍କ ମତରେ ପ୍ରତ୍ୟୁଷା ଆତ୍ମହତ୍ୟା କରିନଥିଲେ। ପ୍ରତ୍ୟୁଷାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ପଛରେ ତାଙ୍କ ବୟଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ କରିଥିଲେ। ବର୍ତ୍ତମାନ ମାମଲା କୋର୍ଟରେ ରହିଛି। କାର୍ଯ୍ୟାନୁଷ୍ଠାନରେ ଅଧିକ ସମୟ ଲାଗୁଛି ବୋଲି କହି ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ମାମଲାରେ ଏବେ ଟ୍ରାୟଲର ଆରମ୍ଭ ହୋଇନାହିଁ।

{"id":312535,"sizeSlug":"large"}

ଆତ୍ମହତ୍ୟା ପୂର୍ବରୁ ପ୍ରତ୍ୟୁଷାଙ୍କ ଟିଭି ଅଭିନେତା ରାହୁଲ ରାଜ ସିଂହଙ୍କ ସହ ଆଫେୟାର ଚାଲିଥିଲା।ପରିବାର ଲୋକେ ସନ୍ଦେହ କରିଥିଲେ ଯେ ତାଙ୍କ ଝିଅଙ୍କ ଆତ୍ମହତ୍ୟା ପଛରେ ରାହୁଲଙ୍କ ହାତ ରହିଛି।

{"id":312537,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.