ଅଭିନେତ୍ରୀ ଝିଅକୁ ନ୍ୟାୟ ଦେବାକୁ ଯାଇ କାଙ୍ଗାଳ ହେଲେଣି ବାପା-ମା’, ଆଲିସାନ ବଙ୍ଗଳା ଛାଡି ରହୁଛନ୍ତି ସାଧାରଣ ଘରେ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯/୦୭ : ସ୍ୱର୍ଗତ ଟିଭି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି। ପ୍ରତ୍ୟୁଷା ବାନାର୍ଜୀ 'ଆନନ୍ଦୀ' ନାମରେ ପ୍ରସିଦ୍ଧ ସୋ’ ବାଲିକା ବଧୁରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଯାହା ପରେ ସେ ବିଗ୍ ବସ୍ ର ଗୋଟିଏ ସିଜନରେ ମଧ୍ୟ ନଜର ଆସିଥିଲେ । ପ୍ରତ୍ୟୁଷା ଏପ୍ରିଲ ୧, ୨୦୧୬ ରେ ମୁମ୍ବାଇ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାର ପ୍ରାରମ୍ଭିକ ଅନୁସନ୍ଧାନ ପରେ ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଥିଲା, କିନ୍ତୁ ଝିଅର ମୃତ୍ୟୁ ହେବାର ୫ ବର୍ଷ ପରେ ମଧ୍ୟ ପ୍ରତ୍ୟୁଷାଙ୍କ ବାପା-ମା କହିବା କଥା ଯେ ସେମାନଙ୍କ ଝିଅ କେବେବି ଆତ୍ମହତ୍ୟା କରି ପାରିବ ନାହିଁ। ସେ ଆଜିବି ଅନୁଭବ କରୁଛନ୍ତି ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି, ଯେଉଁଥିପାଇଁ ସେ ତାଙ୍କ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଆଜି ବି ଲଢୁଛନ୍ତି।

{"width":614,"height":345}
PunjabKesari

ଦିବଙ୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ତାଙ୍କ ବାପା ଶଙ୍କର ବାନାର୍ଜୀ ଏବଂ ମା’ ସୋମା ବାନାର୍ଜୀଙ୍କ ଗେଲ୍ହା ଝିଅ ଥିଲେ। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟୁଷା ଜାମସେଦପୁରରୁ ମୁମ୍ବାଇ ଆସିଥିଲେ, କିନ୍ତୁ ସ୍ୱପ୍ନ ସାକାର ହେବା ପୂର୍ବରୁ ପ୍ରତ୍ୟୁଷା ଦୁନିଆକୁ ବିଦାୟ ଦେଇଥିଲେ। ବାପା-ମା କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଝିଅକୁ ନ୍ୟାୟ ଦେବାକୁ ଯାଇ ସେମାନେ କାଙ୍ଗାଳ ହୋଇପଡିଛନ୍ତି, ପରିସ୍ଥିତି ଏପରି ହୋଇପଡିଛି ଯେ ଦିନେ ବଡ ବଙ୍ଗଳାରେ ରହୁଥିବା ଲୋକ ଆଜି ଗୋଟିଏ କୋଠରୀରେ ରହୁଛନ୍ତି।

{"width":614,"height":460}
PunjabKesari

ଏକ ଇଣ୍ଟରଭ୍ୟୁରେ ଶଙ୍କର ବାନାର୍ଜୀ ତାଙ୍କ ଜୀବନର ସବୁଠାରୁ ବଡ ଯନ୍ତ୍ରଣା ପ୍ରକାଶ କରି କହିଛନ୍ତି, ‘ବର୍ତ୍ତମାନ କାହା ବିଷୟରେ କହିବି, ସବୁକିଛି ଆମଠାରୁ ଲୁଟ୍ ହୋଇଯାଇଛି। ଯେଉଁ ଦିନ ଆମେ ଝିଅକୁ ହରାଇଥିଲୁ, ସେଦିନ ଆମର ସବୁକିଛି ଚାଲିଯାଇଥିଲା । ଏହି ଦୁର୍ଘଟଣା ପରେ ଲାଗୁଛି ଯେପରି ଏକ ଭୟଙ୍କର ଝଡ ଆସି ସବୁକିଛି ଛଡ଼ାଇ ନେଇଛି । କେସ୍ ଲଢି ଲଢି ଆମର ସବୁ କିଛି ହରାଇଦେଇଛୁ ।  ଆମ ପାଖରେ ଗୋଟିଏ ଟଙ୍କା ବାକି ନାହିଁ । ଅନେକ ଥର ଋଣ ମଧ୍ୟ ନେଇଛୁ ।’

{"width":614,"height":431}
PunjabKesari

ଝିଅକୁ ମନେ ପକାଇ ଭାବପ୍ରବଣ ହୋଇଥିବା ବାପା କହିଛନ୍ତି, ପ୍ରତ୍ୟୁଷାଙ୍କ ବ୍ୟତୀତ ଆମର ଆଉ କେହି ନଥିଲେ। ସେ ଆମକୁ ଉପର ପର୍ଯ୍ୟନ୍ତ ପହଞ୍ଚାଇଥିଲା ଏବଂ ତାର ବିୟୋଗ ପରେ, ଆମେ ବର୍ତ୍ତମାନ ତଳକୁ ଖସି ଆସିଛୁ । ବର୍ତ୍ତମାନ ଆମେ ଗୋଟିଏ କୋଠରୀରେ ରହିବାକୁ ବାଧ୍ୟ ହୋଇଛୁ ଏବଂ ଜୀବନ ଏହିପରି ଚାଲିଛି । ଆଜି ଆମ ପାଖରେ ଅର୍ଥ ନାହିଁ ସତ, କିନ୍ତୁ ଆମେ ସାହସ ହରାଇ ନାହୁଁ । ଆମେ ଆମ ଝିଅ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବୁ । ସେ ନ୍ୟାୟପାଳିକା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି କହିଛନ୍ତି ଯେ ମୁଁ ଆଶା କରୁଛି ଦିନେ ମୋ ଝିଅ ନ୍ୟାୟ ପାଇବ ଏବଂ ଆମେ ଜିତିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.