Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଜେପିରୁ କନ୍ଧମାଳ ସାଂସଦ ପ୍ରାର୍ଥୀ ହେବା ପାଇଁ ହଁ ଭରିଲେ ପ୍ରତ୍ୟୁଷା !

23/03/2019 at 7:27 PM

ଭୁବନେଶ୍ୱର ୨୩/୩ : ବିଜେପିରେ ମିଶିଲେ ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ । ଆଜି ସେ ବିଜେପିର ରାଜ୍ୟ ନେତୃତ୍ବଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି । ତାଙ୍କୁ କନ୍ଧମାଳ ସାଂସଦଭାବେ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇବେ । ନୟାଗଡ ବିଧାନସଭା ଆସନରୁ ଲଢିବାକୁ ଚାହୁଁଥିବା ପ୍ରତ୍ୟୁଷା ଶେଷରେ ଲୋକସଭା ପାଇଁ ହଁ ଭରିଛନ୍ତି ।….

ଶେଷରେ ପ୍ରତ୍ୟୁଷା ଡେଇଁଲେ ପଦ୍ମ ପେ।ଖରୀକୁ ।  ବିଜେଡିରୁ ଇସ୍ତଫା ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ କେଉଁ ଦଳକୁ ଯିବେ ତାକୁ ନେଇ ଲାଗି ରହିଥିଲା ସସପେନସ୍ । କେତେବେଳେ ସେ ବିଜେପି ନେତାଙ୍କୁ ଭେଟୁଥିଲେ  ତ ଆଉ କେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସରେ ମିଶିବାକୁ ଚାହୁଁଥିଲେ । କିନ୍ତୁ ଆଜି ପ୍ରତ୍ୟୁଷା ବିଦ୍ଧବଦ୍ଧ ଭାବେ ବିଜେପି ରେ ମିଶିଛନ୍ତି । ଆଜି ଟିକେଟରୁ ବଂଚିତ ଅସନ୍ତୁଷ୍ଟ ନେତା ବିଜେପି ଅଫିସରେ ତାଲା ପକାଇ ଦେଇଥିବାରୁ କେଭି ସିଂହଦେଓଙ୍କ ଘରେ ପ୍ରତ୍ୟୁଷା ପଦ୍ମମାର୍କା ଟୋପି ପିନ୍ଧି ପଦ୍ମଦଳର ସଦସ୍ୟା ହୋଇଛନ୍ତି।  କୁହାଯାଉଛି ସେ ପୁଣି କନ୍ଧମାଳ ଲେ।କସଭା ଆସନରୁ ପ୍ରାର୍ଥୀ ହେବେ ।

ନୟାଗଡ ବିଧାୟକ ଅରୁଣ ସାହୁଙ୍କ ବିରେ।ଧରେ ବିଷେ।ଦଗାର କରି ପ୍ରତ୍ୟୁଷା ବିଜେଡି ଛାଡିଥିଲେ । ନୟାଗଡ଼ ବିଧାନସଭା ଆସନରୁ ସେ ନିଜେ ଲଢିବେ ବେ।ଲି ଆଗ୍ରହୀ ଥିଲେ ।  କିନ୍ତୁ ସେଥିରେ ସଫଳ ନ ହେବାରୁ ଇସ୍ତଫା ଦେଲେ । ତେବେ ବିଜେପି ଇରାନୀ ରାୟ ଙ୍କୁ ନୟାଗଡରେ ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଥିବାରୁ ପ୍ରତ୍ୟୁଷା କଂଗ୍ରେସ ମୁହାଁ ହୋଇଥିଲେ । ଶେଷରେ ସବୁ ଅଙ୍କ କଷିବା ପରେ ସେ ଫୁଲ ଧରିଛନ୍ତି । ଏବେ ବିଜେଡିରୁ କନ୍ଧମାଳ ଲୋକସଭା ପ୍ରାର୍ଥୀ ହେ।ଇଥିବା​‌ ଅଚ୍ୟୁତ ସାମନ୍ତଙ୍କ ସହ ସିଧା ସଳଖ ପ୍ରତ୍ୟୁଷାଙ୍କର ମୁକାବିଲା ହେବ । ପ୍ରତ୍ୟୁଷାଙ୍କ ବିଜେପି ଯୋଗଦାନ ଉପରେ ପତିକ୍ରିୟା ରଖିଛନ୍ତି ଅରୁଣ ।

ଟିକେଟ ପାଇଁ ଦଳ ଗୁଡ଼ିକ ଭିତରେ ଛକାପଂଝା ଓ ଦଳ ବଦଳ ଚଳିତ ନିର୍ବାଚନକୁ ବେଶ ରେ।ଚକ କରୁଛି । ପ୍ରତିପକ୍ଷଙ୍କୁ କିଭଳି ମାତ ଦେଇ ହେବ ସେହି ରଣନୀତି ରେ ଚାଲିଛନ୍ତି ସବୁ ଦଳ । ପ୍ରତ୍ୟୁଷା କନ୍ଧମାଳ ଓ ନୟାଗଡ଼ ରାଜନୀତିରେ ଟ୍ବିଷ୍ଟ ପଏଣ୍ଟ ହୋଇଛନ୍ତି।

   Related Posts