ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ବଡ଼ ବୟାନ : କହିଲେ, ‘ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଲେ ଖୁସି ହେବି’

Published By : Prameya-News7 Bureau | January 20, 2021 IST

ଭୁବନେଶ୍ୱର ୨୦।୦୧: କିଛି ଦିନ ପରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିଲାଗି ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖାସ୍‌ କରି ରାଜ୍ୟରେ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପିପିଲି ବିଧାନସଭା ଆସନ ହାତେଇବା ପାଇଁ ତିନିଦଳ ଅଣ୍ଟାଭିଡଛନ୍ତି । ଏହାମଧ୍ୟରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ମୁଁ ଖୁସି ହେବି । ନିର୍ବାଚନ ଏକ ପ୍ରକିୟା । ଦଳି ଯାହା ନିଷ୍ପତ୍ତି ନେବ, ସେଥିରେ ମୁଁ ରାଜି ହେବି । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ସ୍ୱାଗତ କରିବି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିପିଲି ବିଧାୟକଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପର ଠାରୁ ଏହି ଆସନ ଖାଲି ପଡିଛି । ଇତିମଧ୍ୟରେ ଆଗାମୀ ଦିନରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ଆସନରୁ ପ୍ରତିଭା ନିର୍ବାଚନ ଲଢିବପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.