ଖେଳଣା ଗିଳି ଦେଇ ଟିଭି ଅଭିନେତାଙ୍କ ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ

Published By : Prameya-News7 Bureau | May 10, 2019 IST

ମୁମ୍ବାଇ ୧୦/୫: ‘ପ୍ୟାର କେ ପାମ୍ପଡ଼’ ଧାରାବାହିକରେ ନନ୍ଦୁ ଗୁପ୍ତା ଭୂମିକାରେ ଅଭିନୟ କରୁଥିବା ପ୍ରତୀଶ ଭୋରାଙ୍କ ୨ବର୍ଷର ଝିଅଙ୍କ ମୃତ୍ୟୁ ହୋଇଯାଇଛି। ବୁଧବାର ରାତିରେ ତାଙ୍କ ଝିଅ ଗୁଜୁରାଟରେ ଥିବା ରାଜକୋଟ ଘରେ ନିଜ ଖେଳଣା ନେଇ ଖେଳୁଥିଲେ। ସେହି ସମୟରେ ସେ ଭାଙ୍ଗିଯାଇଥିବା ଖେଳଣାର ଟୁକୁରା ଗିଳି ଦେଇଥିଲେ। ଏହାକୁ ବାହାର ନ କରାଯାଇପାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ପ୍ରତୀଶ ଶୋ ର ସୁଟିଂ କରିଥାଆନ୍ତେ। କିନ୍ତୁ ଝିଅର ମୃତ୍ୟୁ ଖବର ଶୁଣି ସେ ସୁଟିଂ ବନ୍ଦ କରି ରାଜକୋଟ ବାହାରି ଆସିଥିଲେ।

{"id":110567,"width":595,"height":420}

ପ୍ରତୀଶଙ୍କ ଝିଅଙ୍କ ମୃତ୍ୟୁ ଖବର ପ୍ୟାର କେ ପାମ୍ପଡ଼’ ଧାରାବାହିକର ଟିମ୍ ଦେଇଥିଲେ। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଖେଳଣାରେ ଖେଳୁ ଖେଳୁ ପ୍ରତୀଶଙ୍କ କୁନି ଝିଅ ପ୍ଲାଷ୍ଟିକର ଟୁକୁରା ଗିଳି ଦେଇଥିଲେ। ତାହା ତାଙ୍କ ଗଳାରେ ଫସି ଯାଇଥିଲା। ଏଥିଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା। ପ୍ରତୀଶ ମନ ଦୁଃଖରେ ତାଙ୍କ ଝିଅର ମୃତ୍ୟୁ ଖବର ଦେଇଥିଲେ ଏବଂ ସମସ୍ତଙ୍କୁ କହିଥିଲେ ଯେ ତାଙ୍କ କୁନି ଝିଅ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ପ୍ୟାର କେ ପାମ୍ପଡ଼’ ଧାରାବାହିକ ବ୍ୟତୀତ ପ୍ରତୀଶ ‘ତାରକ ମେହତା କା ଉଲଟା ଚଶମା’ ଏବଂ ‘କ୍ରାଇମ୍ ପେଟ୍ରୋଲ୍’ରେ କାମ କରି ସାରିଛନ୍ତି।   

{"id":110568,"width":594,"height":792}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.