ମା'ଙ୍କୁ ଭିଡିଓ କଲ୍ କରି ଦେଖାଉଥିଲେ ପ୍ରକୃତିର ସୌନ୍ଦର୍ଯ୍ୟ ହଠାତ କଟିଗଲା ଫୋନ, ପ୍ରକୃତି କୋଳରେ ସବୁଦିନ ପାଇଁ ଶୋଇପଡିଲେ ପ୍ରତୀକ୍ଷା

Published By : Prameya-News7 Bureau | July 27, 2021 IST

କିନ୍ନୋର ୨୭/୦୭ : ହିମାଚଳ ପ୍ରଦେଶ କିନ୍ନୋରରେ ରବିବାର ଦିନ ହୋଇଥିବା ଭୂସ୍ଖଳନରେ ପାଥାଖେଡ଼ାର ମେଧାବୀ ଛାତ୍ରୀ ପ୍ରତୀକ୍ଷାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପେସାରେ ସେ ଇଞ୍ଜିନିୟର ଥିଲେ ଓ ଆଇଆଇଟି ଖଡଗପୁରରୁ ବି.ଟେକ୍ ଓ ଏମ.ଟେକ୍ କରିଥିଲେ। ସେ ବୁଲିବାକୁ ହିମାଚଳ ଯାଇଥିଲେ। ହେଲେ ସେ କଣ ଜାଣିଥିଲେ ତାହା ତାଙ୍କର ଜୀବନର ଶେଷ ଯାତ୍ରା ପାଲଟିଯିବ। ତାଙ୍କ ପିତା କୋଲ ମାଇନରେ ମ୍ୟାନେଜର ଅଛନ୍ତି। ଝିଅର ମୃତ୍ୟୁ ଖବର ପାଇ ପରିବାର ଲୋକ ହିମାଚଳ ବାହାରି ପଡ଼ିଥିଲେ।

wp:embed {"url":"https://twitter.com/iPradeepSangwan/status/1419237878144503808","type":"rich","providerNameSlug":"twitter","responsive":true,"className":""}
https://twitter.com/iPradeepSangwan/status/1419237878144503808
/wp:embed

କିନ୍ନୋରରେ ଯେତେବେଳେ ଭୂସ୍ଖଳନ ହୋଇଥିଲା ସେତେବେଳେ ପ୍ରତୀକ୍ଷା ଭିଡିଓ କଲରେ ନିଜ ମା'ଙ୍କ ସହ କଥା ହେଉଥିଲେ। ମା'ଙ୍କୁ ଭିଡିଓ କଲ କରି ହିମାଚଳର ସୌନ୍ଦର୍ଯ୍ୟ ଦେଖାଉଥିଲେ। ସେତେବେଳେ ସମୟ ପ୍ରାୟ ଅପରାହ୍ନ ସାଢେ ଗୋଟେ ହୋଇଥିଲା। ସେତେବେଳେ ହଠାତ ଫୋନ କଟିଯାଇଥିଲା। ତାପରେ ପ୍ରତୀକ୍ଷାଙ୍କ ଫୋନ ଆଉ ଲାଗିନଥିଲା। ବାପା-ମା' ଭାବିଲେ ବୋଧହୁଏ ନେଟୱାର୍କ ନଥିବ। ସନ୍ଧ୍ୟା ୫ଟା ରେ ପ୍ରତୀକ୍ଷାଙ୍କ ପରିବାରକୁ ଏମିତି ଏକ ଖବର ମିଳିଥିଲା ଯାହାର ସେ କେବେ କଳ୍ପନା ବି କରିନଥିଲେ। ହିମାଚଳରେ ଭୂସ୍ଖଳନ ହୋଇଛି ଏବଂ ଏଥିରେ ଝିଅର ମୃତ୍ୟୁ ହୋଇଥିବା ଖବର ପାଇ ଘର ଲୋକ ଭାଙ୍ଗି ପଡ଼ିଥିଲେ। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି।

{"id":486731,"sizeSlug":"large","linkDestination":"none"}

ପ୍ରତୀକ୍ଷାଙ୍କ ବାପା ସୁନୀଲ ଦିବାକର ପାଟିଲ ପାଥାଖେଡ଼ା କୋଇଲା ଖଣିରେ ମ୍ୟାନେଜର ଅଛନ୍ତି। ସେ କହିଛନ୍ତି ଯେ ପ୍ରତୀକ୍ଷା ମେଧାବୀ ଛାତ୍ରୀ ଥିଲେ। ପ୍ରକୃତିକୁ ସେ ଏତେ ଭଲପାଉଥିଲେ ଯେ ସେମାନେ ତାଙ୍କୁ ହିମାଚଳ ଯିବାକୁ ଅଟକାଇ ପାରିନଥିଲେ। ସୋମବାର ଦିନ ପ୍ରତୀକ୍ଷା ନାଗପୁରରୁ ହିମାଚଳ ଯାଇଥିଲେ। ସେ ବିଭିନ୍ନ ସ୍ଥାନ ବୁଲି ମା'ଙ୍କୁ ଭିଡିଓ କଲ କରି ପ୍ରକୃତିର ସୌନ୍ଦର୍ଯ୍ୟ ଦେଖାଉଥିଲେ। ଘରଲୋକ ଝିଅର ଖୁସି ଦେଖି ଖୁସି ଥିଲେ। କିନ୍ତୁ କିଏ ଜାଣିଥିଲା ପ୍ରକୃତିକୁ କଣ ମଞ୍ଜୁର ଥିଲା। ଯେଉଁ ପ୍ରକୃତିକୁ ସେ ଏତେ ଭଲପାଉଥିଲେ ସେହି ପ୍ରକୃତି କୋଳରେ ସବୁଦିନ ପାଇଁ ଲୀନ ହୋଇଗଲେ।

{"id":486732,"sizeSlug":"large","linkDestination":"none"}


ପ୍ରତୀକ୍ଷାଙ୍କ ବାପା କହିଛନ୍ତି, ସେ ପାଠ ସରିବା ପରେ ମୁମ୍ବାଇ ଡ଼ିଏଚଏଲ ଓ ପୁନେ ଟିଭିଏସରେ ଚାକିରୀ କରିଥିଲେ । ଅଧିକ ପାଠ ପଢିବା ପାଇଁ ସେ ସ୍ପେନ ଯିବାର ଥିଲା । ସେଥିପାଇଁ ଚାକିରୀ ଛାଡି ଦେଇଥିଲେ । ଇତି ମଧ୍ୟରେ କରୋନା ସଂକ୍ରମଣ ସାରା ବିଶ୍ୱକୁ ଗ୍ରାସ କଲା ଓ ତାଙ୍କୁ ସ୍ପେନରେ ଆଡ଼ମିସନ ମିଳିଲା ନାହିଁ ।
ପ୍ରତୀକ୍ଷା ପ୍ରକୃତିକୁ ବହୁତ ଭଲପାଉଥିଲେ । ସେଥିପାଇଁ ସେ ସବୁବେଳେ ପାହାଡିଆ ଅଞ୍ଚଳ ଓ ବିଦେଶ ବୁଲିବାକୁ ଯାଉଥିଲେ । ସେ ହିମାଚଳ ବୁଲିଯିବା ପାଇଁ ନିଜ ମା'ଙ୍କୁ କହିଥିଲେ । କିନ୍ତୁ ବର୍ଷା ଯୋଗୁଁ ତାଙ୍କ ମା' ମନାକରିଥିଲେ । କିନ୍ତୁ ଆଡ଼ମିସନ ପରେ ସେ ଆଉ କୁଆଡେ ଯାଇପାରିବେନି ସେଥିପାଇଁ ଏବେ ଯିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ତାପରେ ମା' ରାଜି ହୋଇଯାଇଥିଲେ । ବୁଲିବାକୁ ଗଲେ କିନ୍ତୁ ଆଉ ଫେରିଲେନି । ପ୍ରତୀକ୍ଷାଙ୍କ ପରିବାର ତାଙ୍କ ପାର୍ଥିବ ଶରୀର ନେବାକୁ ହିମାଚଳ ଯାଇଛନ୍ତି । ନାଗପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.