ଖାକିରେ ପୁଣି ଦାଗ : ପୋଲିସ କର୍ମଚାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, କହିଲେ- “ମୋ ଇଜ୍ଜତ କଣ ଖେଳଘର, ମୋତେ ଖେଳିକି ଡଷ୍ଟବିନ୍‌ରେ ପକେଇଦେବେ”

Published By : Prameya-News7 Bureau | October 20, 2020 IST

କଟକ ୨୦।୧୦: ଖାକିରେ ପୁଣି କଳଙ୍କ । ପୋଲିସ କର୍ମଚାରୀଙ୍କ ବିରୋଧରେ ଲଭ-ସେକ୍ସ-ଧୋକ୍କା ଅଭିଯୋଗ । ନ୍ୟାୟ ପାଇଁ ପୋଲିସ ମହାନିର୍ଦ୍ଦେଶଙ୍କ ଦ୍ବାରସ୍ଥ ହେଲେ ପୀଡିତା ।

{"id":347476,"sizeSlug":"large"}

ଅଭିଯୋଗ ଅନୁଯାୟୀ, ମାହାଙ୍ଗା ଅଞ୍ଚଳର ଜଣେ ପୋଲିସ କର୍ମଚାରୀ ରଙ୍ଗ ନମ୍ବରରୁ ଯୁବତୀଙ୍କ ସହ କଥା ହୋଇଥିଲେ । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଗର୍ଭ ଧାରଣ କରିବା ପରେ ବିବାହ ପାଇଁ ଜିଦ ଧରିଥିଲେ । ଗର୍ଭପାତ କରାଇବା ପରେ ବିବାହ କରିବି ବୋଲି ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ପୋଲିସ କର୍ମଚାରୀ ତାଙ୍କର ଗର୍ଭପାତ କରାଇଥିଲେ । କିନ୍ତୁ ପରେ ଆଉ ଧରାଛୁଆଁ ଦେଇନଥିଲେ ।

{"id":347477,"sizeSlug":"large"}

ଏନେଇ ପୀଡିତା ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନରେ ଆପୋଷ ବୁଝାମଣା ହୋଇଥିଲା । ୨୦୧୮ ମସିହା ଏପ୍ରିଲ ୨୧ ତାରିଖରେ ଉଭୟ ବିବାହ କରିଥିଲେ । ବିବାହ ପରେ ରାଜେଶ ପୀଡିତାଙ୍କୁ ମାରଧର କରୁଥିଲେ । ଏହାପରେ ଯୁବତୀ ଜଣକ ତାଙ୍କ ଘରକୁ ଚାଲି ଆସି ପୁରୀ କୃଷ୍ନ ପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ କର୍ମଚାରୀ ଜଣଙ୍କ ସମ୍ବଲପୁରରେ କାର୍ଯ୍ୟ କରୁଛନ୍ତି । ତେବେ ପୁରୀ ଏସ୍‌ପି ଏବଂ କୃଷ୍ଣପ୍ରସଦ ଥାନ ଅଧିକାରୀ ତାଙ୍କ ଅଭିଯୋଗ ନ ଶୁଣିବାରୁ  ଶେଷରେ  ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଛନ୍ତି ଯୁବତୀ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.