‘ମନ କି ବାତ’ରେ ସ୍ଥାନ ପାଇଥିବା ଓଡିଆ ଯୁବକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭିଡିଓ କଲ୍ କରି ଜଣାଇଲେ ଅଭିନନ୍ଦନ
1/03/2021 at 7:28 AM

ନୀଳଗିରି,୦୧|୦୩: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ମନ କି ବାତରେ ପ୍ରଶଂସା କରିଥିଲେ । ଏହାପରେ ରବିବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭିଡିଓ କଲ୍ କରି ସିଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜଣେ ଓଡ଼ିଆ ପୁଅ ଭାବେ ଚାକିରୀରୁ ମୋହ ତୁଟାଇ ଏକାଧିକ ଯୁବକଙ୍କୁ ମାଗଣାରେ ଆର୍ମି ଓ ସିଆରପିଏଫ,ପୋଲିସ ଚାକିରି ପାଇଁ କୋଚିଂ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ ସିଲୁ। ଏପରିକି ତାଙ୍କ ଠାରୁ ତାଲିମ ପାଇ ୫୦ରୁ ଉର୍ଦ୍ଧ୍ବ ଯୁବକ ସେନାବାହିନୀ ଓ ପୋଲିସରେ ସହଜରେ ଚାକିରୀ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ଜାଣିବା ପରେ ମନ କି ବାତରେ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ।
ରବିବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସିଲୁଙ୍କୁ ଭିଡିଓ କଲ କରି ଅଭିନନ୍ଦନ ଜଣାଇବା ସହ ଦେଶ ମାତୃକା ପାଇଁ ଏଭଳି ମହତ କାର୍ଯ୍ୟ ସବୁଦିନେ ମନେ ରହିବ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ଠାରୁ ଆଉ କଣ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିବା ସହ ସେ ସର୍ବଦା ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସାଙ୍ଗରେ ରହିଛନ୍ତି ବୋଲି କହିଥିଲେ।