ନିଜ ଗାଁକୁ ଫେରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ : ନିଜର ସେହି ଭଙ୍ଗା କୁଡ଼ିଆରେ କଲେ ରାତ୍ରି ଯାପନ

Published By : Prameya-News7 Bureau | June 10, 2019 IST

ନୀଳଗିରି ୧୦/୬ : ବାଲେଶ୍ଵର ସାଂସଦ ପ୍ରତାପ ସଢଙ୍ଗୀଙ୍କ ସରଳ ଜୀବନ ଯାପନ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ହେଉଛି । ତାଙ୍କୁ ଦୁଇ ଦୁଇଟି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି । ଗତକାଲି ମଧ୍ୟ ରାତ୍ରରେ ସେ ନୀଳଗିରି ସ୍ଥିତ ଗୋପୀନାଥପୁର ଶାସନକୁ ଆସିଥିଲେ । ଗ୍ରାମବାସୀ ତାଙ୍କୁ ବିପୁଳସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

{"id":121578}

କିଏ ମିଠା ବାଣ୍ଟୁଥିଲେ ତ କିଏ ନାଚୁଥିଲେ । ଗାଁକୁ ଫେରିବା ପରେ ପ୍ରତାପ ଷଡ଼ଙ୍ଗୀ ତାଙ୍କର ସେହି ଭଙ୍ଗା କୁଡ଼ିଆରେ ରାତ୍ରି ଯାପନ କରିଥିଲେ । କର୍ମୀମାନେ ବେଶ ଉତ୍ସାହିତ ହୋଇପଡିଥିବାବେଳେ ଏଭଳି ଏକ ବିଜେପି ନେତା ବିରଳ ବୋଲି କହିଥିଲେ ।

{"id":121574}

ଗାଁଲୋକେ ତାଙ୍କୁ ଏକ ରତ୍ନ ସଦୃଶ୍ୟ ଦେଖୁଛନ୍ତି । ଗ୍ରାମବାସୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୁଦ୍ର ଭିତରୁ ଏକ ରତ୍ନ ଖୋଜିନେଇ ଯେଉଁ ଶୀର୍ଷ ସ୍ଥାନରେ ପହନ୍ଚିଛନ୍ତି ସେଥିପାଇଁ ପୁରା ବାଲେଶ୍ୱର ଗର୍ବିତ । ଏଥିପାଇଁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

{"id":121579}

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଗାମୀ ଦିନରେ ଓଡିଶାର ନା ଉଜ୍ଜ୍ୱଳ କରିବେ ଏବଂ ଦେଶର ନାଁ ରଖିବେ ବୋଲି କହିଛନ୍ତି ଗ୍ରାମବାସୀ । ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ନିଯୁକ୍ତି କରି ସେ ଓଡ଼ିଶାବାସୀଙ୍କୁ, ବାଲେଶ୍ୱରବାସୀଙ୍କୁ ସମ୍ମାନିତ କରିଛନ୍ତି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ ।

{"id":121577}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.